ଆରପାରିରେ ରାମ ବିଳାଶ ପାସଓ୍ଵାନ

ନୂଆଦିଲ୍ଲୀ() କେନ୍ଦ୍ର ଖାଦ୍ୟମନ୍ତ୍ରୀ ତଥା ଲୋକଜନ ଶକ୍ତି ପାର୍ଟି ନେତା ରାମ ବିଳାଶ ପାସଓ୍ଵାନଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । କିଛିଦିନ ତଳେ ଦିଲ୍ଲୀର ଏକ ହସପିଟାଲରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା । ଦୀର୍ଘ ଦିନ ହେଲାଣି ସେ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏପରି କି ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଆଜି ସନ୍ଧ୍ୟାରେ ତାଙ୍କ ଦେହାନ୍ତ ହୋଇଛି। ତେବେ ତାଙ୍କର ଏହି ବିୟୋଗକୁ ନେଇ ବିଭିନ୍ନ ରାଜନୈତିକ ମହଲରେ ଶୋକବ୍ୟକ୍ତ କରାଯାଇଛି । ରାମ ବିଳାଶ ପାସୱାନ ଲୋକ ଜନଶକ୍ତି ପାଟିର ସଭାପତି ଥିଲେ । ସେ ୯ଥର ସାଂସଦ ଭାବେ ନିର୍ବାଚିତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଲୋକସଭାକୁ ୮ଥର ଓ ରାଜ୍ୟସଭାକୁ ଥରେ ନିର୍ବାଚିତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

eleven − 8 =