କୋହଳ ହେବ ପ୍ରଚାର କଟକଣା

ପଞ୍ଚାୟତ ନିର୍ବାଚନରେ କୋହଳ ହେବ ପ୍ରଚାର ପାଇଁ କଟକଣା। ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ନେଇ ଆଜି ନିଷ୍ପତ୍ତି ନିଆଯିବ । ନିର୍ବାଚନ ପ୍ରଚାର ଓ କୋଭିଡ କଟକଣା ନେଇ ଆଜି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ । ଭିଡିଓ କନଫରେନ୍ସ ଜରିଆରେ ଦିନ ସାଢେ ୧୧ଟାରେ ବସିବ ଏହି ବୈଠକ । କରୋନା ପାଇଁ ସୀମିତ ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୬ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ୟ୍ୟାୟ ମତଦାନ । ଏଥର ୫ଟି ପର୍ୟ୍ୟାୟରେ ହେବ ଭୋଟିଂ । ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କ ସହ ବୈଠକ କରିବେ ।

Share

Leave a Reply

Your email address will not be published. Required fields are marked *

four × 1 =