ଚଳିତ ବର୍ଷ ପାକିସ୍ତାନ ପକ୍ଷରୁ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ

ନୂଆଦିଲ୍ଲୀ()  ଚଳିତ ବର୍ଷ ପାକିସ୍ତାନ ପକ୍ଷରୁ ୩୮୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଜମ୍ମୁ କାଶ୍ମୀରର ବିଭିନ୍ନ ନିୟନ୍ତ୍ରଣ ରେଖାରେ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିବା ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । କେବଳ ଅସ୍ତ୍ରବିରତି ନୁହେଁ ବରଂ ସୀମାପାର ଆତଙ୍କବାଦ, ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ଏବଂ ଡ୍ରଗ୍ସ ଚୋରାଚାଲାଣ କରାଯାଉଛି ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ ସୂଚନା ଦିଆଯାଇଛି । ଅସ୍ତ୍ରଶସ୍ତ୍ର ଚାଲାଣ ଏବଂ ଡ୍ରଗ୍ସ ଚୋରାଚାଲାଣ ପାଇଁ ଡ୍ରୋନର ବ୍ୟବସ୍ଥା କରାଯାଉଛି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅନ୍ତର୍ଜାତୀୟ ସୀମା ନିୟମ ଉଲ୍ଲଂଘନ କରୁଥିବାରୁ ପାକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

7 − five =