ତିତଲିର ନାମକରଣ କରିଛି ପାକିସ୍ତାନ

ଭୁବନେଶ୍ବର () ଓଡିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ଭୟର ବାତାବରଣ ସୃଷ୍ଟି କରିଥିବା ବାତ୍ୟା ତିତଲିର ନାମକରଣ କରିଛି ପାକିସ୍ତାନ । ଭାରତ ସମେତ 8 ଦେଶ ନିଜ ନିଜ ଦେଶରେ ଦେଖାଦେଉତିବା ବାତ୍ୟାର ନାମକରଣ କରିଥାନ୍ତି । ଏଥିପାଇଁ ଏକ ପ୍ୟାନେଲ ମଧ୍ୟ ରହିଛି । ବାତ୍ୟାର ନାମକରଣ ଏମିତି କରାଯାଇଥାଏ ଯାହାଦ୍ବାରା ଲୋକେ ଭୟଭିତ ହେବେନି କିନ୍ତୁ ସାମାନ୍ୟ ଚିନ୍ତିତ ହେବେ । ନିଲମ, ଫାଇଲିନ୍‌, ହୁଡହୁଡ ଏମିତି ଅନେକ ନାଁ ଯାହାକି ଏବେ ଲୋକଙ୍କ ମନରେ ସାଇତି ହୋଇ ରହିଛି । ପୁଣି ଏବେ ଆସିଛି ‘ତିତ୍‌ଲି’ । ପ୍ରକୃତରେ ଏହାକୁ ପାଣିପାଗ ବିଭାଗ ବାତ୍ୟା ଆଗମନରେ ସ୍ଥିର କରି ନଥାଏ ।

ଭାରତ ସମେତ ୮ଟି ପଡ଼ୋଶୀ ଦେଶ ବାତ୍ୟା ନାମକରଣରେ ଭାଗ ନେଇଥାଆନ୍ତି । ୨୦୦୪ରେ ୱାର୍ଲ୍ଡ ମେଟ୍ରୋଲୋଜିକାଲ ଅର୍ଗାନାଇଜେସନ୍‌ (ଡବ୍ଲ୍ୟୁ ଏମ୍‌ ଓ) ଅନ୍ତରାଷ୍ଟ୍ରୀୟ ପ୍ୟାନେଲ୍‌ ଭଙ୍ଗ କରିବା ସହ ପ୍ରତ୍ୟେକ ଦେଶକୁ ନିଜ ନିଜର ବାତ୍ୟାର ନାଁ ସ୍ଥିର କରିବା ପାଇଁ ନିର୍ଦ୍ଦେଣ ଦେଲେ । ଏହାପରେ ଭାରତ, ବଂଲାଦେଶ, ଶ୍ରୀଲଙ୍କା, ପାକିସ୍ତାନ, ଓମାନ୍‌, ମିଆଁମାର, ଥାଇଲାଣ୍ଡ ଏବଂ ମାଲଦୀପ ଏହି ୮ଟି ଦେଶ ଏକ ବୈଠକରେ ଭାଗ ନେଲେ । ସବୁ ଦେଶ ମିଶି ୬୪ଟି ନାଁ ସ୍ଥିର କଲେ । ପ୍ରତି ଦେଶ ଆଗାମୀ ବାତ୍ୟା ପାଇଁ ୮ଟି ନାଁ ଚୟନ କଲେ ।

ଏହି କ୍ଷେତ୍ରରେ ୨୦୧୪ରେ ଆସିଥିବା ବାତ୍ୟାର ନାମ ‘ନାନୁକ୍‌’ ମିଆଁମାର ରଖିଥିଲା । ସଦସ୍ୟ ଦେଶଗୁଡ଼ିକ ବାତ୍ୟାର ନାଁ ସ୍ଥିର କରିବା ପାଇଁ ଦେଶବାସୀଙ୍କୁ ପଚାରିପାରିବେ । ସେଥିପାଇଁ ଭାରତ ଲୋକମାନଙ୍କୁ ସାହାଯ୍ୟ ମଧ୍ୟ ମାଗେ । ବାତ୍ୟାର ନାଁ ଛୋଟ, ବୁଝିହେବା ଭଳି, ଦେଶର ପରମ୍ପରାକୁ ସୂଚାଇବା ଭଳି ଏବଂ ଭୟ ସୃଷ୍ଟି କରୁନଥିବା ଭଳି ଦେବା ଆବଶ୍ୟକ ।

୨୦୧୩ରେ ଭାରତର ଦକ୍ଷିଣ-ପୂର୍ବ ତଟରେ ଆସିଥିବା ବାତ୍ୟାର ନାଁ ‘ଫାଇଲିନ୍‌’ ଥାଇଲାଣ୍ଡ ଦେଇଥିଲା । ଏହି ଅଞ୍ଚଳରେ ଆସିଥିବା ଅନ୍ୟ ଏକ ବାତ୍ୟାର ନାଁକୁ ‘ନିଲୋଫର୍‌’ ନାମରେ ନାମିତ କରିଥିଲା ପାକିସ୍ତାନ । ୨୦୧୨ରେ ଆସିଥିବା ବାତ୍ୟା ‘ନିଲମ୍‌’ର ନାଁ ପାକିସ୍ତାନ ରଖିଥିଲା । ବାତ୍ୟା ‘ହୁଡ୍‌ହୁଡ୍‌’ ନାମ ସୂଚିର ୩୪ ତମ ନାଁ ଥିବା ଜଣେ ଅଧିକାରୀ ସୂଚନା ଦେଇଥିଲେ । ଏହି ସୂଚିରେ ଥିବା ଭାରତୀୟ ନାମଗୁଡ଼ିକ ଅଧିକ ଲୋକପ୍ରିୟ । ମେଘ, ସାଗର ଏବଂ ବାୟୁକୁ ସବୁ ସଦସ୍ୟ ରାଷ୍ଟ୍ର ପ୍ରଶଂସା କରିଛନ୍ତି ।

ବାତ୍ୟା ବିଶେଷଜ୍ଞଙ୍କ ପ୍ୟାନେଲ୍‌ ପ୍ରତିବର୍ଷ ସାକ୍ଷାତ କରନ୍ତି । ଆବଶ୍ୟକ ପଡ଼ିଲେ ନାମ ସୂଚିରେ କିଛି ନାଁ ମଧ୍ୟ ଯୋଡ଼ାଯାଏ । ନାମ ସୂଚିରେ ଥିବା ୬୪ ନାଁକୁ ନେଇ ମଧ୍ୟ ଅନେକ ସମୟରେ ବିବାଦ ଉପୁଜିଥିବାର ଦେଖିବାକୁ ମିଳିଛି । ୨୦୧୩ରେ ଶ୍ରୀଲଙ୍କା ପକ୍ଷରୁ ରଖାଯାଇଥିବା ନାଁ ‘ମହାସେନ’କୁ ବିରୋଧ କରାଯାଇଥିଲା । ଯାହାକୁ ପରେ ବଦଳାଇ ‘ଭିୟାରୁ’ ରଖାଯାଇଥିଲା । ରାଜା ମହାସେନ ଶ୍ରୀଲଙ୍କାରେ ଶାନ୍ତି ଏବଂ ସମୃଦ୍ଧି ପାଇଁ ଲଢିଥିଲେ । ତେଣୁ ତାଙ୍କର ନାଁକୁ ଏପରି ଏକ ବିନାଶକାରୀ ବାତ୍ୟାରେ ଯୋଡ଼ିବା ନେଇ ବିବାଦ ଉପୁଜିଥିଲା ।

Share

Leave a Reply

Your email address will not be published. Required fields are marked *

18 + four =