ବିଧାନସଭାରେ ଗାନ୍ଧୀ କଳି

ଭୁବନେଶ୍ବର()  ଆଜି ଶୂନ୍ୟକାଳରେ ଗାନ୍ଧୀଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ବିଜେପି ନେତା ବିଷ୍ଣୁ ସେଠୀ ଗୃହରେ କଥା କଟାକଟି ମଧ୍ୟ ହୋଇଛନ୍ତି ।

ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ୍ ଗଡ଼୍ସେକୁ ନେଇ ଆଜି ପୁଣି ଥରେ ଗୃହରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୃହ ଭିତରେ ବାହାର ଲୋକଙ୍କୁ ଆକ୍ଷେପ କରାଯିବା ଉଚିତ ନୁହେଁ ବୋଲି ନରସିଂହ କହିଛନ୍ତି । ସେପଟେ ଏହାର ପ୍ରତିଜବାବ ରଖିଛନ୍ତି ବିଷ୍ଣୁ ସେଠୀ । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ବହୁତ ସମୟରେ ଅଯୌକ୍ତିତ କଥା କୁହନ୍ତି ବୋଲି ସେ କହିଛନ୍ତି ।

ଗତକାଲିଠାରୁ ମହାତ୍ମା ଗାନ୍ଧୀଙ୍କୁ ନେଇ ଶୂନ୍ୟ କାଳରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ଆଜି ବି ଆରମ୍ଭ ହୋଇ ଯାଇଥିଲା । ଗାନ୍ଧୀଙ୍କର ୧୫୦ ତମ ବର୍ଷ ଜନ୍ମ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାର ଯେଉଁ କମିଟି ଗଠନ କରିଥିଲେ, ଯାହାର ଅଧ୍ୟକ୍ଷ ଅଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ଏବଂ ଏହି ସମୟରେ ଯେଉଁ ବିଭିନ୍ନ କାର୍ୟ୍ୟକ୍ରମ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା, ତାହା କରିବାକୁ ମନେ ପକାଇବା ସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ କଂଗ୍ରେସ ବିଧାୟକ ଦଲର ନେତା ନରସିଂହ ମିଶ୍ର ।

ସରକାରଙ୍କ ପକ୍ଷରୁ ଗାନ୍ଧୀଙ୍କ ପାଇଁ ଯେଉଁସବୁ କାର୍ୟ୍ୟକ୍ରମ କରାଯିବା କଥା ତାହା ଧୀମା ପଡିଯାଇଛି ବୋଲି ଅଭିଯୋଗ ଆଣିଥିଲେ ନରସିଂହ ମିଶ୍ର । ଏଥସହିତ ହିଁ ଗାନ୍ଧୀଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ମଧ୍ୟ କାଠଗଡାକୁ ଟାଣିଥିଲେ ନରସିଂହ ମିଶ୍ର । ସେ କହିଥିଲେ କି, କେନ୍ଦ୍ର ସରକାର ଯେତେବେଳେ ଅନ୍ୟାନ୍ୟ ସ୍ୱାଧିନତା ସଂଗ୍ରାମୀଙ୍କ କଥା କହୁଛନ୍ତି, କେଉଁଠି ନା କେଉଁଠି ଗାନ୍ଧୀଙ୍କୁ ଅଣଦେଖା କରାଯାଉଛି । ତେବେ କଂଗ୍ରେସର ଏଭଳି ମନ୍ତବ୍ୟକୁ ବିରୋଧ କରିଥିଲେ ବିଜେପି ବିଧାୟକ ଦଳର ଉପନେତା ବିଷ୍ଣୁ ସେଠୀ । ସେ କହିଥିଲେ କି ଗାନ୍ଧୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଯଥେଷ୍ଟ ସମ୍ମାନ ରହିଛି । କିନ୍ତୁ କଂଗ୍ରେସ ସଭ୍ୟମାନେ କେବଳ ତେରଛା ବାଣ ମାରୁଛନ୍ତି ବୋଲି ନରସିଂହ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ବିଷ୍ଣୁ ସେଠୀ । ତେବେ ବିଷ୍ଣୁ ତାଙ୍କ ମନ୍ତବ୍ୟରେ କଂଗ୍ରେସର ଦୁଇ ଜଣ ନେତା ତଥା ମଣିଶଙ୍କର ଆୟାର ଏବଂ ନବଜୋତ ସିଂଙ୍କ ନାଁ ନେଇଥିଲେ । ଯାହାକୁ ଆଜି ପୁଣି ଥରେ ବିରୋଧ କରିଥିଲେ ନରସିଂହ ମିଶ୍ର ।

Share

Leave a Reply

Your email address will not be published. Required fields are marked *

seventeen − thirteen =