କଂଗ୍ରେସକୁ ବୁଡ଼େଇବାକୁ ନିରଞ୍ଜନ କରିଛନ୍ତି ଚକ୍ରାନ୍ତ !

ଭୁବନେଶ୍ୱର () ପ୍ରଦେଶ କଂଗ୍ରେସକୁ ଟାଳିତଳାନ୍ତ କରିବେ ସଭାପତି ନିରଞ୍ଜନ ପଟନାୟକ । ତାଙ୍କର କଂଗ୍ରେସ ଉପରେ ପୁରୁଣା ରାଗ ରହିଛି । ତାଙ୍କୁ ପିସିସି ସଭାପତି କରିବାକୁ କଂଗ୍ରେସ ବହୁ ଦିନ ଅଟକାଇ ରଖିଥିଲା । ତାଙ୍କ ଭାଇଙ୍କୁ କଂଗ୍ରେସ ହଇରାଣ କରିଛି । ତେଣୁ ନିରଞ୍ଜନ କଂଗ୍ରେସକୁ ଭାଙ୍ଗିବାକୁ ଚକ୍ରାନ୍ତ କରୁଛନ୍ତି । ଏଭଳି ଆକ୍ଷେପ କରିଛନ୍ତି କେନ୍ଦୁଝରର ଅନ୍ୟତମ ଟାଣୁଆ ନେତା ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ।

କେନ୍ଦୁଝର ଜିଲ୍ଲା ରାଜନୀତିରେ ଏହି ଦୁଇ ପୁରୁଣା ରାଜନୈତିକ ପ୍ରତିଦ୍ବନ୍ଦ୍ବି ଏମିତି ବିଭିନ୍ନ ସମୟରେ କଥା କଟାକଟି ହୋଇଥାନ୍ତି । ହେଲେ ଆଜି ବଦ୍ରି ପାତ୍ର ଯେଉଁ ଆକ୍ଷେପ କରିଛନ୍ତି ତାହା ସାଂଘାତିକ । ବିଦ୍ରି ପାତ୍ର ଅଭିଯୋଗ କରିଛନ୍ତି ଯେ, ନିରଂଜନ ପଟ୍ଟନାୟକଙ୍କର କଂଗ୍ରେସ ଉପରେ ପୁରୁଣା ରାଗ ରହିଛି । ସେ ରାଜ୍ୟରେ କଂଗ୍ରେସକୁ ଭାଙ୍ଗିବାକୁ ସଭାପତି ହୋଇଛନ୍ତି । ତାଙ୍କ ଭାଇମାନେ ପୂର୍ବରୁ ତାଙ୍କୁ ଛାଡି ଚାଲିଯାଇଥିବା ବେଳେ ଏବେ ଗୋଟିଏ ଗୋଟିଏ ବିଧାୟକ ଦଳ ଛାଡିଲେଣି । କଂଗ୍ରେସକୁ ଭାଙ୍ଗିବାକୁ ଏହା ନିରଂଜନଙ୍କ ଚକ୍ରାନ୍ତ ବୋଲି ବଦ୍ରି କହିଛନ୍ତି ।

ତାଙ୍କ ଭାଇଙ୍କୁ କଂଗ୍ରେସରୁ ବିଦା କରାଯାଇଥିଲା । ସେଥିପାଇଁ ନିରଂଜନଙ୍କର କଂଗ୍ରେସ ଉପରେ ରାଗ ରହିଛି । ଏଥିସହିତ ତାଙ୍କୁ ପିସିସି ସଭାପତି କରିବାକୁ ପ୍ରଥମେ ଦଳର ନେତୃତ୍ବ ଅମଙ୍ଗ ହେଉଥିଲେ । କିନ୍ତୁ ରାଜ୍ୟରୁ ବିଧାୟକମାନେ ଚାପ ଦେବାକୁ ବାଧ୍ୟ ହୋଇ ତାଙ୍କ ଉପରେ ଦାୟିତ୍ବ ଦିଆଯାଇଛି । କିନ୍ତୁ ପୁରୁଣା ରାଗ ଥିବାରୁ ନିରଂଜନ ଏବଂ କଂଗ୍ରେସକୁ ତଳିତଳାନ୍ତ କରିବାକୁ ଲାଗିଛନ୍ତି । ସେପଟେ ନିରଂଜନ ପଟ୍ଟନାୟକ ବଦ୍ରି ପାତ୍ରଙ୍କ ଏଭଳି ଆକ୍ଷେପର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ବଦ୍ରି ପାତ୍ର ତାଙ୍କୁ ମହାପୁରଷ ବୋଲି ସମ୍ବୋଧିକ କରିସାରିଲେଣି । ତେଣୁ ଜଣେ ତାଙ୍କୁ ମହାପୁରୁଷ ବୋଲି ଆକ୍ଷ୍ୟା ଦେଇସାରିବା ପରେ ତାଙ୍କ ବିରୋଧରେ ଆଉ କିଛି କଟୁ କଥା କହିବା ଉଚିତ ନୁହେଁ ବୋଲି କହିଛନ୍ତି ନିରଂଜନ । ଏଥିସହିତ ବର୍ତ୍ତମାନର ରାଜନୈତିକ ପୃଷ୍ଠଭୂମୀରେ ଆଉ ନେତା ଗୁରୁତ୍ବପୂର୍ଣ୍ଣ ନୁହଁନ୍ତି, ଏବେ ଦଳ ହିଁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।

ସେହିପରି ଦଳର ବରିଷ୍ଠ ବିଧାୟକ ଡକ୍ଟର ପ୍ରଫୁଲ୍ଲ ମାଝୀ କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତା ଛାଡିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଛାଡୁଥିବା ନେତାମାନେ କାହିଁକି ଦଳ ଛାଡୁଛନ୍ତି ଏହା ତାଙ୍କ ନୀତି ଆଦର୍ଶ । କିନ୍ତୁ କେହି ବି କଂଗ୍ରେସ ଛାଡିଲେ ଦଳ ପ୍ରଭାବିତ ହେବନି । ବରଂ ନିକଟରେ ଛତିଶଗଡ ଯେଭଳି କଂଗ୍ରେସ ନିର୍ବାଚନ ଜିତିଲା ତାର ପ୍ରତିଫଳନ ଓଡିଶାରେ ପଡିବ ବୋଲି ସେ ସମ୍ଭୋକ୍ତି ଦେଖାଇଛନ୍ତି । ଦଳରୁ ଯୋଗେଶ ସିଂହ ଇସ୍ତାଫ ଦେବା ଦ୍ବାରା ସୁନ୍ଦରଗଡ ରାଜନୀତି କୌଣସି ଭାବେ ପ୍ରଭାବିତ ହେନ । ବରଂ ଆଗାମୀଦିନରେ କଂଗ୍ରେସକୁ ବହୁ ଶକ୍ତିଶାଳୀ ନେତା ଆସିବେ ବୋଲି ସେ ସଂକେତ ଦେଇଛନ୍ତି । ଏଥସହିତ ସେ ମଧ୍ୟ କଂଗ୍ରେସ ଛାଡିବା ନେଇ ଉଠୁଥିବା ଚର୍ଚ୍ଚାକୁ ପ୍ରଫୁଲ୍ଲ ଅସ୍ବୀକାର କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven + eight =