କ୍ରିମ ନାଁରେ ବିକ୍ରି ହେଉଛି ଔଷଧ

ଭୁବନେଶ୍ବର()  ବମିଖାଲ ଅଞ୍ଚଳର ଟରକ୍ୟୁ ଫାର୍ମାସ୍ୟୁଟିକାଲ ନାମକ ଏକ ସଂସ୍ଥା ଉପରେ ଚଢ଼ଉ କରାଯାଇଛି। ପ୍ରସାଧାନ ସାମଗ୍ରୀ ନାଁରେ ଏହି କମ୍ପାନୀ କିଛି ଅନାଧିକୃତ ସଂସ୍ଥାକୁ ମେଡିସିନ୍ ବିକ୍ରି କରୁଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ବିନା ରେଜିଷ୍ଟ୍ରେସନରେ ଏଭଳି ଔଷଧ ବିକ୍ରି ହେଉଥିଲେ ଦୃଢ କାର୍ୟ୍ୟାନୁଷ୍ଠାନ ହେବ । ଚଢାଉ କରାଯାଇ ଏଭଳି ଔଷଧ ଯେଭଳି ବିକ୍ରି ନହେବ ତାର ବ୍ୟବସ୍ଥା କରାଯିବ । ଗତକାଲି ବମିଖାଲରେ ଥିବା ଏକ ଫାର୍ମାସ୍ୟୁଟିକାଲରେ ଚଢାଉ କରାଯାଇ କ୍ରିମ୍ ନାଁରେ ତିଆରି ହେଉଥିବା ଔଷଧକୁ ଜବତ କରାଯାଇଛି । ସଂପୃକ୍ତ ଫାର୍ମାସ୍ୟୁଟିକାଲ ନାଁରେ ମାମଲା ବି ରୁଜୁ ହୋଇଛି ।

ରାତାରାତି ଗୋରା ହେବା ଲାଗି ଏବେ ବଜାରରେ ଅନେକ କ୍ରିମ୍ ଉପଲବ୍ଧ ହେଉଛି । ବିଶେଷ କରି ଯୁବପୀଢି ଏଥିପ୍ରତି ଆକୃଷ୍ଟ ହେଉଛନ୍ତି । ମାତ୍ର ଏସବୁ ପ୍ରଶାଧନ ସାମଗ୍ରୀ ନୁହେଁ , ବରଂ ଔଷଧ । କ୍ରିମ୍ ନାଁରେ ଏହାର ଅପବ୍ୟବହାର କରାଯାଉଛି ।

Share

Leave a Reply

Your email address will not be published. Required fields are marked *

fourteen + nine =