୧୬ରେ ଶପଥ ନେବେ ନୀତିଶ !

ପାଟନା()  ବିହାରରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୨୨ ରୁ ଏନଡିଏ ଅନ୍ୟ ୩ଟି ଆସନରେ ଜିତିଛି । ଅନ୍ୟ ପକ୍ଷେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁର ଆସନ ସଂଖ୍ୟା ବହୁତ କମିଥିଲେ ମଧ୍ୟ ନୀତୀଶ ବିହାରର ୩୭ ତମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ୩ଟି କାର୍ୟ୍ୟକାଳ ସମ୍ପୂର୍ଣ୍ଣ କରି ସାରିଛନ୍ତି ଏବଂ ଲଗାତର ଚତୁର୍ଥ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ । କିନ୍ତୁ ୬୯ ବର୍ଷୀୟ ନୀତୀଶ ୬ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଆଗକୁ ସେ ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦୀପାବଳୀ ପରେ ଶପଥ ନେବେ । ମାର୍ଚ୍ଚ ୩, ୨୦୦୦ରେ ନୀତୀଶ ବିହାରର ପ୍ରଥମ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ କିନ୍ତୁ ଏହି ସମୟରେ ସେ ମାତ୍ର ସପ୍ତାହକ ପାଇଁ ମୁଖ୍ୟମନ୍ତ୍ରୀ ରହିଥିଲେ । ସଂଖ୍ୟା ଗରିଷ୍ଠତା ଅଭାବରୁ ସରକାର ଗଠନ ହୋଇ ନ ପାରିବାରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ନଭେମ୍ବର ୨୪, ୨୦୦୫ ରେ ନୀତୀଶ ବିଜେପି ସମର୍ଥନରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ରହିଥିଲେ । ନଭେମ୍ବର ୨୬, ୨୦୧୦ ରେ ନୀତୀଶ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଥିଲେ । କିନ୍ତୁ ସେ ତାଙ୍କ କାର୍ୟ୍ୟକାଳ ସମ୍ପୂର୍ଣ୍ଣ କରି ପାରିନଥିଲେ । ୨୦୧୪ ନିର୍ବାଚନରେ ଜେଡିୟୁର ପରାଜୟ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଜିତନ ରାମ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରେ ସେ ଇସ୍ତଫା ଦେବାର ଠିକ ୯ ମାସ ପରେ ପୁଣି ଫେବୃୟାରୀ ୨୨, ୨୦୧୫ ରେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ନଭେମ୍ବର ୨୦, ୨୦୧୫ ରେ ନୀତୀଶ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆରଜେଡି ସହ ମହାମେଣ୍ଟ କରି ନୀତୀଶ ସଫଳ ହୋଇଥିଲେ । ଏହି ସମୟରେ ନୀତୀଶଙ୍କ ଉପମୁଖ୍ୟ ରହିଥିଲେ ତେଜସ୍ୱୀ ଯାଦବ । ୨୦୧୭ ରେ ନୀତୀଶ ବିହାରରେ ମହାମେଣ୍ଟ ସରକାର ଭାଙ୍ଗି ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଥିଲେ । କିନ୍ତୁ ତାଙ୍କ ଦଳ ଠିକ ଦିନକ ପରେ ବିଜେପି ସମର୍ଥନରେ ସରକାର ଗଢ଼ିଥିଲା । ଏହା ପରେ ସେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଗକୁ ନୀତୀଶ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ପ୍ରସ୍ତୁତ ହେଉଛନ୍ତି । ଳିତ ଦିପାବଳୀ ପରେ ୧୬ ତାରିଖ ସୁଦ୍ଧା ନୀତିଶ ଶପଥ ନେବା ନେଇ ଚର୍ଚ୍ଚା ହେଉଛି । ଆଜି ଏନଡିଏର ବିଧାୟକ ଦଳ ନେତାଙ୍କ ବୈଠକ ପରେ ଏହା ସ୍ପଷ୍ଟ ହୋଇଯିବ । ତେବେ ଏନଡିଏ ମେଣ୍ଟରେ ବିଜେପି ସଂଖ୍ୟା ଗରିଷ୍ଠ ଦଳ ରହିଥିବାରୁ ଏହା ଉପରେ ସାମାନ୍ୟ ଆଶଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

sixteen − four =