ମାର୍ଚ୍ଚ ୨୦ ସକାଳ ୫.୩୦ରେ ନିର୍ଭୟା ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ() ନିର୍ଭୟା ଅଭିଯୁକ୍ତଙ୍କୁ ମାର୍ଚ୍ଚ ୨୦ ତାରିଖ ସକାଳ ୫.୩୦ଟାରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ । ନୂଆ ଡେଥ୍ ୱାରେଣ୍ଟ ଜାରି କଲେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ । ପଟିଆଲା ହାଉସ କୋର୍ଟ ପକ୍ଷରୁ ଗୁରୁବାର ଦୋଷୀଙ୍କ ଫାଶୀ ଲାଗି ଚତୁର୍ଥ ଥର ପାଇଁ ଡେଥ୍ ଓ୍ବାରେଣ୍ଟ ଜାରି କରାଯାଇଛି । ଦୋଷୀଙ୍କ ପାଖରେ ସମସ୍ତ ବିଳକ୍ପ ଶେଷ ହାଇଛି ।

ସୂଚନା ଅନୁସାରେ, ପୂର୍ବରୁ ତିନି ଥର ସେମାନଙ୍କ ପାଇଁ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାହା ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିଲା । ଶେଷ ଥର ପାଇଁ ମାର୍ଚ୍ଚ ୩ରେ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବା ପରେ ଫାଶୀ ହୋଇପାରିନଥିଲା । ଏହି ରାଜକ୍ଷମା ଆବେଦନ ଖାରଜ ହେବା ପରେ ନୂଆ ଡେଥ ଓ୍ଵାରେଣ୍ଟ ପାଇଁ ଦିଲ୍ଲୀ ସରକାର କୋର୍ଟରେ ଆବେଦନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

10 + sixteen =