ମୋଦିଙ୍କ ଜାମିନ୍ ଆବେଦନ ଖାରଜ

ଲଣ୍ଡନ()    ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଲଣ୍ଡନର ଏକ କୋର୍ଟ ଝଟ୍କା ଦେଇଛନ୍ତି। ତାଙ୍କୁ ଲଣ୍ଡନ ପୁଲିସ୍ ଗିରଫ କରିଥିବା ବେଳେ ସେ ଜାମିନ୍ ଆବେଦନ କରିଥିଲେ। ହେଲେ କୋର୍ଟ ଆଜି ପୁଣିଥରେ ଏହାକୁ ଖାରଜ କରିଦେଇଛନ୍ତି। ନିରବ ୪ର୍ଥ ଥର ପାଇଁ ଏଭଳି ଜାମିନ୍ ଆବେଦନ କରିଥିଲେ।

ନିରବ ମୋଦି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିଲେ। ଏଥିପାଇଁ ଭାରତ ସରକାର ତାଙ୍କୁ ପଳାତକ ଘୋଷିତ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ ବ୍ରିଟେନ୍ର କ୍ରାଉନ୍ ପ୍ରୋସିକ୍ୟୁସନ ସର୍ଭିସ୍(ସିପିଏସ୍) ନିରବଙ୍କୁ ପ୍ରତ୍ୟର୍ପଣ କରାଯାଉ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ଗତକାଲି କୋର୍ଟ ମାମଲାର ଶୁଣାଣି ଶେଷ କରିଥିବା ବେଳେ ଆଜି ରାୟ ଶୁଣାଇବେ ବୋଲି କହିଥିଲେ। ନିରବ ପ୍ରମାଣ ନଷ୍ଟ କରିବାର ଆଶଙ୍କା ଥିବାରୁ କୋର୍ଟ ତାଙ୍କ ଜାମିନ୍ ଆବେଦନ ଖାରଜ କରିଥିବା କହିଛନ୍ତି।

Share

Leave a Reply

Your email address will not be published. Required fields are marked *

12 − twelve =