ପ୍ରଦୂଷଣ ପାଇଁ ୨୫ କୋଟି ଜରିମାନା

ପ୍ରଦୂଷଣ ରୋକିବା ଦିଗରେ ସରକାର ବଳିଷ୍ଠ ପଦକ୍ଷେପ ଗ୍ରହଣ କରିନଥିବାରୁ ଆଜି ଏନଜିଟି ଦିଲ୍ଲୀ ସରକାରଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ଉପରେ ରୋକ ଲଗାଇବାରେ ଅସଫଳ ହେବା ପରେ ଜାତୀୟ ହରିତ୍ ନ୍ୟାୟାଧିକରଣ ଦିଲ୍ଲୀ ସରକାର ଉପରେ ୨୫ କୋଟି ଟଙ୍କାର ଜରିମାନା ଲଗାଇଛି । ଏହା ସହିତ ହିଁ କୁହାଯାଇଛି କି, ଏହି ୨୫ କୋଟି ଟଙ୍କା ସରକାରୀ କୋଷରୁ ନୁହେଁ ବରଂ ଦିଲ୍ଲୀ ସରକାରଙ୍କ ଅଧିକାରୀଙ୍କ ଦରମା ଓ ପ୍ରଦୂଷଣ କରୁଥିବା ଲୋକଙ୍କ ଠାରୁ ଆଦାୟ କରାଯିବ । ଯଦି ଦିଲ୍ଲୀ ସରକାର ଏହି ରାଶି ଆଦାୟ କରିବାରେ ଅସଫଳ ହେଲେ, ତେବେ ତାଙ୍କ ଠାରୁ ୧୦ କୋଟି ଟଙ୍କା ଜରିମାନା ଲାଗୁ କରାଯିବ ।

Share

Leave a Reply

Your email address will not be published. Required fields are marked *

9 + 9 =