ଘୋଷଣା ହେବ ଦ୍ୱିତୀୟ ଅର୍ଥନୈତିକ ପ୍ୟାକେଜ

ନୂଆଦିଲ୍ଲୀ ()  ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆସିପାରେ ଆଉ ଏକ ଅର୍ଥନୈତିକ ପ୍ୟାକେଜ । କରୋନା ସଂକ୍ରମଣ କାରଣରୁ ଦେଶବ୍ୟାପୀ ଦେଖାଦେଇଥିବା ସଙ୍କଟର ମୁକାବିଲା କରିବା ପାଇଁ ପୂର୍ବରୁ ୨୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରାଯାଇଥିଲା । ତେବେ ଅର୍ଥନୀତିର ପୁନରୁଦ୍ଧାର ପାଇଁ ଏହା ଯଥେଷ୍ଟ ନହେବାରୁ ଆଉ ଏକ ଅର୍ଥନୈତିକ ପ୍ୟାକେଜ ସମ୍ପର୍କରେ ସୂଚନା ଦେଇଥିଲେ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଦ୍ୱିତୀୟ ଅର୍ଥନୈତିକ ପ୍ୟାକେଜ ଆସିବା ସମ୍ପର୍କରେ ସୂଚନା ମିଳିଛି ।

ଜାଣନ୍ତୁ କଣ ରହିବ : କରୋନା କାରଣରୁ ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଭବିଷ୍ୟନିଧି ପାଣ୍ଠିରେ ସହଯୋଗ କରାଯିବ । ସବସିଡି ଦ୍ୱାରା କର୍ମଚାରୀଙ୍କ ଅଂଶର ୧୦ ପ୍ରତିଶତ ଏବଂ କମ୍ପାନୀ ଅଂଶର ୧୦ ପ୍ରତିଶତ ସରକାର ବହନ କରିବେ । ପ୍ରଧାନମନ୍ତ୍ରୀ ନିଶ୍ଚିତ ନିଯୁକ୍ତି ଯୋଜନା ଅନୁଯାୟୀ ଏହି ରାଶି ପ୍ରଦାନ କରାଯିବ । କେଭି କାମାତ କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ୨୬ଟି ଚାପଗ୍ରସ୍ତ କ୍ଷେତ୍ରକୁ ଅଧିକ ସହାୟତା ରାଶି ପ୍ରଦାନ କରାଯିବ । ସେହିପରି ଉପôାଦନ ସମ୍ପୂର୍ଣ୍ଣ କମ ରହିଥିବାରୁ ୧୦ଟି ଉପôାଦନ କ୍ଷେତ୍ରକୁ ମଧ୍ୟ ଧ୍ୟାନ ଦିଆଯିବାର ସମ୍ଭାବନା ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

20 − thirteen =