କଂଗ୍ରେସରେ ବିଧାୟକ ଦାବିଦାର ହେବାକୁ ନୂଆ ଟାସ୍କ

ଭୁବନେଶ୍ବର ()  44ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୁଡାନ୍ତ ହେବା ପରେ ଏବେ ବଳକା ଆସନ ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ ଆଜି ରାଜ୍ୟ କଂଗ୍ରେସ ଦେଇଛି ନୂଆ ଟାର୍ଗେଟ । ପ୍ରୋଜେକ୍ଟ ଶକ୍ତି ଜରିଆରେ ଦଳ ସହ ଅନ୍ୟୁନ 10 ହଜାର ନୂଆ ସଭ୍ୟଙ୍କୁ ଯୋଡି ପାରିଲେ ହିଁ, ବିଧାୟକ ପ୍ରାର୍ଥୀ ଭାବେ ନୈତିକ ଦାବିଦାର ହୋଇପାରିବେ । ଆଜି ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଟାସ୍କ ଦିଆଯାଇଛି ।

ଏଥିସହିତ ଆସନ୍ତାକାଲିଠାରୁ ରାଜ୍ୟ କଂଗ୍ରେସର ଜନସଂପର୍କ ଯାତ୍ରା । ବସରେ ଯାତ୍ରା କରିବେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସାଙ୍ଗରେ ପ୍ରଚାର କମିଟି ଅଧ୍ୟକ୍ଷ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ବ୍ଲକ ବୁଲିବେ, ସାଧାରଣ ଲୋକଙ୍କ ସହ ସଂପର୍କ ଯୋଡିବେ ଏବଂ ତିଆରି କରିବେ ଜନ ସଂପର୍କ । ଲୋକଙ୍କ ସହ କଂଗ୍ରେସକୁ ଯୋଜିବାକୁ ଏହି ଉଦ୍ୟମ ଆରମ୍ଭ ହୋଇଥିବା ସାଙ୍ଗଠନିକ ସ୍ତରରେ ମଧ୍ୟ ଦଳକୁ ମଜବୁତ କରିବାକୁ ଉପସଭାପତି ଓ ସାଧାରଣ ସମ୍ପାଦକଙ୍କୁ ଦିଆଯାଇଛି ଜିଲ୍ଲା ଦାୟିତ୍ବ ।

ପ୍ରଥମେ ବାଲେଶ୍ବରରୁ ଏହି ଯାତ୍ରା ଆରମ୍ଭ ହେବ।  ଚିଣ୍ତଗଡରୁ ଆସିଥବା ଏକ ସ୍ବତନ୍ତ୍ର ବସକୁ ଏହି ଯାତ୍ରା ପାଇଁ ସଜ୍ଜାଯାଇଛି । ପିସିସି ସଭାପତି, କାର୍ଯ୍ୟକାରୀ ସଭାପତି ସମେତ ଜିଲ୍ଲାର ବରିଷ୍ଠ ନେତାମାନେ ଗୋଟିଏ ବସରେ ଏକାଠି କାଲି ସାଢ଼େ ୧୦ଟାରେ  କଂଗ୍ରେସ ଭବନରୁ ବାହାରି ବାଲେଶ୍ବର ଯାଇ ଗାଁ ଗାଁ ବୁଲିବେ। ବିଜେଡି ସରକାର ଦୁର୍ନୀତି ଏବଂ ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି କେମିତି ପାଣିଗାର ପାଲଟିଛି ତାହା ଲୋକଙ୍କୁ ସଚେତନତା କରିବେ  । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ରାଜ୍ୟର ସମସ୍ତ ବ୍ଲକରେ ପହଁଚିବ କଂଗ୍ରେସର ଏହି ଜନ ସଂପର୍କ ବସ । କଂଗ୍ରେସ ନେତାମାନେ ଅଲଗା ଅଲଗା ଯିବା ପରିବର୍ତ୍ତେ ଗୋଟିଏ ବସରେ ଏକାଠି ବୁଲି ଦଳ ଏକ ବୋଲି ବର୍ତ୍ତା ଦେବେ ।

Share

Leave a Reply

Your email address will not be published. Required fields are marked *

fifteen − seven =