ଜାଣନ୍ତୁ କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ପାଇଁ କ’ଣ ରହିଛି ନୂଆ ଗାଇଡଲାଇନ

ନୂଆଦିଲ୍ଲୀ() କରୋନା ଆକ୍ରାନ୍ତଙ୍କ ଡିସଚାର୍ଜ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ସାମାନ୍ୟ, ମଧ୍ୟମ ଓ ଗୁରୁତର ଲକ୍ଷଣ ଯୁକ୍ତ ରୋଗୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରାଯାଇଛି ।

ଗୁରୁତର ଆକ୍ରାନ୍ତଙ୍କ କ୍ଲିନିକାଲ ଲକ୍ଷଣ ଦୂର ହେଲେ ଡିସଚାର୍ଜ ହେବେ
ଲଗାତାର ୪ ଦିନ ଯାଏଁ ଅକ୍ସିଜେନରେ ସ୍ଥିରତା ଆସିଲେ ଡିସଚାର୍ଜ ହେବେ
ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ଡିସଚାର୍ଜ ହୋଇପାରିବେ ।

ମଧ୍ୟମ ଧରଣର ଲକ୍ଷଣ ଥିଲେ ୭ ଦିନ ଯାଏଁ ମନିଟରିଂ
୩ ଦିନ ଯାଏଁ ଜ୍ୱର ଓ ୪ ଦିନ ଯାଏଁ ଅକ୍ସିଜେନର ସ୍ଥିରତା ମନଟରିଂ ହେବ
ଜ୍ୱର ଭଲ ହୋଇଗଲେ ଓ ଅକ୍ସିଜେନ ନେବାରେ ସ୍ଥିରତା ଆସିଗଲେ ଡିସଚାର୍ଜ
ମଧ୍ୟମ ଧରଣର ଆକ୍ରାନ୍ତଙ୍କୁ ଡିସଚାର୍ଜ ପୂର୍ବରୁ ଟେଷ୍ଟିଂର ଆବଶ୍ୟକତା ନାହିଁ

ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ପ୍ରତିଦିନ ତାପମାତ୍ରା ମନିଟରିଂ ହେବ
୧୦ ଦିନ ଧରି ଲକ୍ଷଣ ଦେଖାନଗଲେ ଡିସଚାର୍ଜ
ଡିସଚାର୍ଜ ପରେ ୭ ଦିନ ଯାଏଁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ
ଡିସଚାର୍ଜ ପରେ ଲକ୍ଷଣ ଦେଖାଦେଲେ, କୋଭିଡ କେୟାର ସେଣ୍ଟର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

twenty + 18 =