ଓଡିଶା କ୍ୟାଡର ଆଇପିଏସ ହେଲେ ସିବିଆଇ ନିର୍ଦ୍ଦେଶକ

ଓଡିଶା କ୍ୟାଡର ଆଇପିଏସ ଅଫିସର ନାଗେଶ୍ୱର ରାଓଙ୍କୁ ସିବିଆଇର ଅସ୍ଥାୟୀ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ସେ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଥିଲେ । ସିବିଆଇ ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିବା ଆଲୋକ ବର୍ମା ଓ ରାକେଶ ଆସ୍ଥାନା ପରସ୍ପର ବିରୁଦ୍ଧରେ ଦୁର୍ନୀତି ଆଣିବା ସହିତ ପରସ୍ପର ପ୍ରତି ଆରୋପ ଓ ପ୍ରତ୍ୟାରୋପ କରି ସିବିଆଇରେ ଏକ ପ୍ରକାର ଝଡ ସୃଷ୍ଟି କରିଥିଲେ । ଦେଶର ସର୍ବୋଚ୍ଚ ଓ ବିଶ୍ୱାସନୀୟ ତଦନ୍ତକାରୀ ସଂସ୍ଥା ଭାବେ ପ୍ରତିଷ୍ଠା ଲାଭ କରିଥବା ସିବିଆଇ ଏହି ଦୁଇ ଅଫିସରଙ୍କ ପାଇଁ ଆଜି କେବଳ ବଦନାମ ହୋଇନି କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭକରି ସମଗ୍ର ଭାରତବର୍ଷକୁ ମଧ୍ୟ ନିନ୍ଦିତ କରିଦେଇଛି ।
ସିବିଆଇର ଏହି ଦୁଇ ଅଫିସରଙ୍କ ଦୁର୍ନୀତି ସମ୍ପର୍କରେ ତଦନ୍ତ କରିବା ପାଇଁ ସିଭିସି (କେନ୍ଦ୍ରୀୟ ଭିଜିଲାନ୍ସ କମିଶନ) ନିଷ୍ପତି କରିଛନ୍ତି । ଏସଆଇଟି ଗଠନ କରାଯାଇ ଏମାନଙ୍କ ସମ୍ପର୍କରେ ତଦନ୍ତ କରାଯିବ । ସେଥିପାଇଁ ସେ ଦୁଇ ଅଫିସରଙ୍କୁ ଛୁଟିରେ ଯିବାପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ପାଇଁ ନାଗେଶ୍ୱର ରାଓ ସିବିଆଇର ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇବେ ।
ନାଗେଶ୍ୱର ରାଓ ନିଜର କାର‌୍ୟ୍ୟ ଦକ୍ଷତା ଯୋଗୁ ବହୁ ମେଡାଲର ମଧ୍ୟ ଅଧିକାରୀ ହୋଇଛନ୍ତି ଜ୍ଝ ବିଶିଷ୍ଟ ସେବା ପାଇଁ ତାଙ୍କୁ ରାଷ୍ଟ୍ରପତି ପୋଲିସ ମେଡାଲ, ବିଶେଷ କର୍ତବ୍ୟ ମେଡାଲ ଓ ଓଡିଶା ଗଭର୍ନର ମେଡାଲରେ ସମ୍ମାନିତ କରାଯାଇଛି ଜ୍ଝ ସର୍ବ ପ୍ରଥମେ ସେ ୧୯୮୯-୯୦ ମସିହାରେ ଓଡିଶାର ତାଳଚେରରେ ଏସଡ଼ିପିଓ ପଦରେ ନିଯୁକ୍ତି ପାଇଥିଲେ ଜ୍ଝ ସେତେବେଳେ ତାଳଚେରରେ ଚୋରା କୋଇଲା କାରବାର ହେଉଥିଲା ଜ୍ଝ ନାଗେଶ୍ୱର ରାଓ ସବୁ ଅପରାଧିକ ଗତିବିଧି ଉପରେ ନଜର ରଖି ସ୍ଥିତିକୁ ସୁଧରିଥିଲେ ଜ୍ଝ ସେ ଓଡିଶା ୪ଟି ଜିଲ୍ଲା ତଥା, ମୟୁରଭଞ୍ଜ, ନବରଙ୍ଗପୁର, ବରଗଡ଼ ଓ ଜଗତସିଂହପୁରରେ ଏସପି ଦାୟିତ୍ୱରେ ଥିଲେ ଜ୍ଝ ଏଥିସହ ସେ ରାଉରକେଲା ଏବଂ କଟକ ରେଳବାଇ ବିଭାଗର ଓ କ୍ରାଇମବ୍ରାଞ୍ଚର ଏସପି ମଧ୍ୟ ଥିଲେ ଜ୍ଝ କ୍ରାଇମବ୍ରାଂଚରେ ଏସପି ଥିବା ବେଳେ କଟକ ମଦମୃତ୍ୟୁ ଘଟଣାର ଦଦନ୍ତ କରିଥିଲେ । ୧୯୯୧ ମସିହାରେ ତାଙ୍କର ସଫଳ ଅନୁସଂଧାନ ପାଇଁ ମୁଖ୍ୟ ଅଭିଯୁକ୍ତ ବେଲୁ ଦେଷୀ ସାବ୍ୟସ୍ତ ହୋଇଥିଲା । ସୂଚନା ଯୋଗ୍ୟଯେ, ଏହି ମଦମୃତ୍ୟୁ ଘଟଣାରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।
ସିଆରପଏଫର ଡିଆଇଜିଭାବେ ସେ ମଣିପୁରରେ କାର‌୍ୟ୍ୟ କରିଥିଲେ । ସେଠାରେ ଉଗ୍ରବାଦୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନେବା କ୍ଷେତ୍ରରେ ମଧ୍ୟ ତାଙ୍କର ପ୍ରଭୂତ ଅଭିଜ୍ଞତା ରହିଛି ।
୧୯୯୬ ମସିହାରେ ଜଗତସିଂପୁର ହୋଇଥିବା ଏକ ଦୁଷ୍କର୍ମ ମାମଲାର ତଦନ୍ତ ବେଳେ ଡିଏନଏ ଓ ଫିଙ୍ଗର ପ୍ରିଣ୍ଟିଂଗ ଉପାୟ ଅବଲମ୍ବନ କରିଥିଲେ ଜ୍ଝ କ୍ରାଇମବ୍ରାଞ୍ଚରେ ସେ ଜଣେ ଦକ୍ଷ ଅଧିକାରୀ ଜ୍ଝଓଡିଶା ଅଗ୍ନିଶମ ବିଭାଗ ଡିଜି ଭାବେ ମଧ୍ୟ ସେ ବେଶ ଖ୍ୟାତି ଅର୍ଜନ କରିଥିଲେ । ୨୦୧୩ ମସିହାରେ ଫାଇଲିନ ଓ ୨୦୧୪ରେ ହୁଡ ହୁଡ ବାତ୍ୟାବେଳେ ଉଲ୍ଲେଖନୀୟ କାର‌୍ୟ୍ୟପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପୁରସ୍କୃତ ହୋଇଥିଲ।

Share

Leave a Reply

Your email address will not be published. Required fields are marked *

eighteen − 5 =