ନବଜୋତ ସିଂ ସିଦ୍ଧୁଙ୍କ ମାମଲା ର ଶୁଣାଣି ଘୁଞ୍ଚିଲା

ସୁପ୍ରିମକୋର୍ଟରେ ଘୁଞ୍ଚିଲା ନବଜୋତ୍ ସିଂ ସିଦ୍ଧୁଙ୍କ ମାମଲାର ଶୁଣାଣି । ଆସନ୍ତା ୨୫ ତାରିଖରେ ହେବ ସିଦ୍ଧୁଙ୍କ ରିଭ୍ୟୁ ପିଟିସନର ଶୁଣାଣି ପାଇଁ ଦିନ ଧାର୍ୟ୍ୟ ହୋଇଛି । ୧୯୮୮ରେ ସଡ଼କ ଦୁର୍ଘଟଣା ପରେ ହୋଇଥିବା ଗଣ୍ଡଗୋଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ସିଦ୍ଧୁଙ୍କ ମୁଥ ମାଡରେ ପଟିଆଲାର ଗୁରୁନାମ ସିଂହ ଆଖିବୁଜିଥିଲେ । ଏହି ଘଟଣାରେ ପଞ୍ଜାବ-ହରିଆଣା ହାଇକୋର୍ଟ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ପାଇଁ ଜେଲଦଣ୍ଡାଦେଶ ଦେଇଥିଲେ । ତେବେ ଏହାକୁ ସିଦ୍ଧୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଚ କରିଥିଲେ ।
ପୂରୁଣା ମାମଲା ଦର୍ଶାଇ ସୁପ୍ରିମକୋର୍ଟ ହଜାରେ ଟଙ୍କା ଜରିମାନା ଦେବାକୁ ସିଦ୍ଧୁଙ୍କୁ କହିଥିଲେ । ଏହି ଦଣ୍ଡାଦେଶକୁ ପୁଣି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ୨୦୧୮ ମସିହାରେ ସବୋଚ୍ଚ ନ୍ୟାୟାଳୟ ମାମଲାକୁ ଗ୍ରହଣ କରିଥିଲେ । ଏହି ମାମଲାରେ ସିଦ୍ଧୁଙ୍କ ସାଙ୍ଗ ରୁପିନ୍ଦର ସିଂହଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଛି ।

Share

Leave a Reply

Your email address will not be published. Required fields are marked *

1 × three =