ମୋଦିଙ୍କ ବିନମ୍ବ୍ର ଭାବ ଏବଂ ବିବେକର ପରିଭାଷା କଣ ଗୁଣ୍ଡାଗର୍ଦ୍ଧି: ସିଦ୍ଧୁ

ବିଜେପି ସାଂସଦ ନିଜ ଦଳର ବିଧାୟକଙ୍କୁ ଜୋତାରେ ବାଡେଇବା ଘଟଣାକୁ ନେଇ ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନବଜୋତ ସିଂ ସିଦ୍ଧୁ | ମୋଦିଙ୍କୁ ଟାର୍ଗେଟ କରି ସିଦ୍ଧୁ ଟ୍ୱିଟରରେ ମୋଦିଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି | ସେ ଲେଖିଛନ୍ତି ଯେ, ମୋଦିଙ୍କ ବିନମ୍ବ୍ର ଭାବ ଏବଂ ବିବେକର ପରିଭାଷା କ’ଣ ଏୟୀ? ଦେଶ କଣ ଏହା ଆଶା କରୁଛି ? ଏଇଠି ଗଣତନ୍ତ୍ର ତାର ରୂପ ବଦଳାଇ ଭୟତନ୍ତ୍ର, ଲାଠିତନ୍ତ୍ର ହୋଇଗଲାଣି | ସଂସଦ ମହାଶୟ ଏବେ ଜୋତାତନ୍ତ୍ର କଲେଣି | ସେ ଆହୁରି କହିଛନ୍ତି, “ବଡେ ମିଆଁ ତୋ ବଡେ ମିଆଁ ଛୋଟେ ମିଆଁ ଶୁଭାନଲ୍ଲା” |

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶର ସନ୍ଥକବିର ନଗର ଜିଲ୍ଲାରେ ବିଜେପି ସାଂସଦ ଏବଂ ବିଧାୟକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଏଥିରେ ଉତକ୍ଷିପ୍ତ ହୋଇ ସାଂସଦ ଶରଦ ତ୍ରିପାଠୀ ନିଜ ଦଳର ବିଧାୟକ ରାକେଶ ସିଂଙ୍କୁ ଜୋତାରେ ବାଡେଇଥିଲେ | ଏହାପରେ ଉଭୟ ନେତାଙ୍କ ସମର୍ଥକମାନେ ମଧ୍ୟ ପରସ୍ପର ସହ ଲଢ଼ିଥିଲେ | ଫାଉଣ୍ଡେସନ ଷ୍ଟୋନରେ ନିଜ ନିଜ ନାଁ ଲେଖାଇବା ନେଇ ଉଭୟ ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା |

Share

Leave a Reply

Your email address will not be published. Required fields are marked *

3 + 12 =