ନବୀନଙ୍କ ଦୂରଦୃଷ୍ଟି ସତ ହେବାକୁ ଯାଉଛି

ଭୁବନେଶ୍ବର () କେନ୍ଦ୍ରରେ ଏଥର କୌଣସି ଜାତୀୟ ଦଳ ଏକକ ବହୁମତ ପାଇବେ ନାହିଁ । କେନ୍ଦ୍ରରେ ସରକାର ଗଠନରେ ଆଂଚଳିକ ଦଳ ଭାବେ ବିଜେଡି ମହତ୍ବପୂର୍ଣ୍ଣ ଭୂମିକା ନେବ । ଗତ ମାର୍ଚ୍ଚ 24 ତାରିଖରେ ନୟାଗଡରୁ 2019 ନିର୍ବାଚନ ପାଇଁ ପ୍ରଚାରର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଭବିଷ୍ୟବାଣୀ ଏବେ ସତ ହେବାକୁ ଯାଉଛି ।

ଭୋଟ ଗଣତିକୁ ଆଉ ମାତ୍ର 7 ଦିନ ବାକି ଥିବା ବେଳେ ଜାତୀୟ ଗଣମାଧ୍ୟମଗୁଡିକ ଫଳାଫଳକୁ ନେଇ ଚଳାଇଛନ୍ତି ଆକଳନ । ସେମାନଙ୍କ ଆକଳନରେ ବିଜେପି କିମ୍ବା କଂଗ୍ରେସ କେହି ବି ସରକାର ଗଠନ କରିବାକୁ ଏକକ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ । ଏହି ସମୟରେ ଆଞ୍ଚଳିକ ଦଳଗୁଡିକ ମହତ୍ବପୂର୍ଣ୍ଣ ଭୁମିକା ନେବେ ବୋଲି ଜାତୀୟ ସ୍ତରରେ ଚାଲିଥିବା ଆକଳନରୁ ଜଣାପଡିଛି ।

ନିର୍ବାଚନ ପ୍ରଚାର ସମୟରେ ନବୀନ ବାରମ୍ବାର ଏହି କଥାକୁ ଦୋହରାଇଛନ୍ତି । ଏଥିସହିତ ସେ ସ୍ପଷ୍ଟ ଭାବେ ସଙ୍କେତ ଦେଇଛନ୍ତି ଯେ, ତାଙ୍କ ଦଳ ବିଜେଡି କେନ୍ଦ୍ରୀୟ ରାଜନୀତିରେ ଗୁରୁତ୍ବପୂର୍ଣ୍ଣ ଭୁମିକା ନେବା । ସେ କହିଛନ୍ତି ଯେ, ଏବେ ଓଡିଶା ପାଇଁ ସମୟ ଆସିଛି ଏବଂ ରାଜ୍ୟର ବିକାଶ ପାଇଁ ସେ ସବୁ କିଛି କରିବେ । ଏଥିସହିତ ସେ କହିଛନ୍ତି ଯେ, ଯେଉଁ ଦଳ ଓଡିଶାର ସ୍ବାର୍ଥକୁ ସମର୍ଥନ କରିବ ସେହି ଦଳ ବିଜେଡିର ସମର୍ଥନ ପାଇବ । ନବୀନଙ୍କ ଏହି ପୂର୍ବାନୁମାନ ସେହି ସମୟରେ ଆସିଥିଲେ, ଯେଉଁ ସମୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ପାଇଁ ସରକାର ଗଠନ କରିବ ବୋଲି ଦାବି କରୁଥିଲା ।

ଏବେ କିନ୍ତୁ ଜାତୀୟ ରାଜନୀତିର ଚିତ୍ର ବଦଳିଯାଇଛି । ବିଜେପିର ଆଚରଣ ଓ ଉଚ୍ଚାରଣ ବଦଳିଯାଇଛି । ଏବେ ଏହା ଅନ୍ୟ ଛୋଟ ଛୋଟ ରାଜନୈତିକ ଦଳ ଉପରେ ଆଖିପକାଇଛି । ଏପିରିକି କିଛି ଏନଡିଏର ଅଂଶିଦାର କେନ୍ଦ୍ରରେ ଏନଡିଏ ସରକାରକୁ ଫେରିପାରିବ ନେଇ ପ୍ରଶ୍ନ ଉଠାଇଲେଣି । କଂଗ୍ରେସ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଉପୁଜିଛି । କଂଗ୍ରେସ ମଧ୍ୟ କେନ୍ଦ୍ରରେ କ୍ଷମତାକୁ ଫେରିବାକୁ ବ୍ୟଗ୍ର ହେଉଛି । ଏବେ ଠାରୁ କଂଗ୍ରେସ ପକ୍ଷରୁ କିଛି ଶକ୍ତିଶାଳୀ ଆଞ୍ଚଳିକ ଦଳକୁ ଆଲୋଚନା ପାଇଁ ସଙ୍କେତ ଦେଇଛି । ବିଜେପିକୁ ଦିଲ୍ଲୀରୁ କ୍ଷମତାରୁ ହଟେଇବା ପାଇଁ ଆଂଚଳିକ ଦଳଗୁଡିକର ସମର୍ଥନ ସଂଗ୍ରହ କରୁଛନ୍ତି ।

ଏଭଳି ସମୟରେ ନବୀନଙ୍କ ପୂର୍ବାନୁମାନ ସତ ହେବାକୁ ଯାଉଥିବା ଭଳି ଲାଗୁଛି । କେବଳ ବିଜେପି କି କଂଗ୍ରେସ ନୁହଁନ୍ତି, ଯଦି ତୃତୀୟ ସାମୁକ୍ଷ ଗଠନ ହୁଏ ତେବେ ମଧ୍ୟ ନବୀନଙ୍କ ସମର୍ଥନ ଲୋଡିବ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ କେବଳ ଓଡିଶା ସ୍ବାର୍ଥ୍ୟ ଉପରେ ନିର୍ଭର କରୁଛି ।

Share

Leave a Reply

Your email address will not be published. Required fields are marked *

one × 1 =