ନୀରଜଙ୍କ ସହ ପୁରୁଣା ଫଟୋକୁ ସେୟାର କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ଆଥଲେଟ ନୀରଜ ଚୋପ୍ରା । ଜାଭେଲିନରେ ସ୍ୱର୍ଣ୍ଣ ପଦକ ହାସଲ କରି ସେ ଇତିହାସ ସୃଷ୍ଟି କରିଛନ୍ତି । ସ୍ୱାଧିନ ଭାରତର ପ୍ରଥମ ଆଥଲେଟ ଭାବେ ସେ ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୀରଜଙ୍କ ସହ ଏକ ପୁରୁଣା ଫଟୋକୁ ସେୟାର କରିଛନ୍ତି ମୁଖ୍ୟମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମରେ କିଛି ଦିନ କ୍ୟାମ୍ପ କରିଥିଲେ ନୀରଜ । ଯାହାକି ଓଡ଼ିଶାବାସୀଙ୍କ ଲାଗି ଏକ ଖୁସି ଖବର ମଧ୍ୟ । ପଦକ ଜିତିବା ପରେ ତାଙ୍କ ନିକଟକୁ ଛୁଟିଛି ପ୍ରଂଶସାର ସୁଅ । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି । ସେପଟେ ବ୍ରୋଞ୍ଚ ପଦକ ଜିତଥିବା ବଜରଙ୍ଗ ପୁନିଆଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

10 − 9 =