ନବୀନ ସବୁଠୁ ଲୋକପ୍ରିୟ, ବିଜେଡି ପୋଛି ନେବ ୧୮ ଲୋକସଭା ଆସନ … ପଢନ୍ତୁ ନୂଆ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ () ସାଧାରଣ ନିର୍ବାଚନର ବିଗୁଲ ବାଜିଗଲାଣି । ସବୁ ରାଜନୈତିକ ଦଳ ନିଜ ନିଜର ରଣନୀତି ଅନୁଯାୟୀ ରାଜନୈତିକ କାର୍ଯ୍ୟକ୍ରମ ଚଳାଇଛନ୍ତି । ରାଜ୍ୟ ଜାତୀୟ ସ୍ତରରେ ରାଜନୀତି ଉଷ୍ମତା ବି ବଢ଼ିବାରେ ଲାଗିଛି। ଗୋଟିଏ ପଟେ ମୋଦୀଙ୍କ ନେତୃତ୍ବରେ ବିଜେପି କେନ୍ଦ୍ରରେ ପୁଣି କ୍ଷମତା ହାସଲ କରିବାକୁ ଉଦ୍ୟମ ଚଳାଇଥିବା ବେଳେ ଅନ୍ୟପଟେ ବିରୋଧୀ ‘ଚୌକିଦାର ହି ଚୋର ହେ’ର ନାରା ଦେଇ ମୋଦିଙ୍କୁ କ୍ଷମତାଚ୍ୟୁତ କରିବା ସହ ବିଜେପିକୁ ଶାସନ ଗାଦିରୁ ବେ‌ଦଖଲ କରିବା ପାଇଁ ମହାମେଣ୍ଟର ଛାତ ତଳେ ଏକାଠି ହୋଇଛନ୍ତି। ତେବେ ଜାତୀୟ ରାଜନୀତିରେ ଦବଦବା ରଖୁଥିବା ବିଜେଡି ଉଭୟ ବିଜେପି ଓ ବିରୋଧୀଙ୍କ ମହାମେଣ୍ଟଠାରୁ ସମଦୂରତା ରକ୍ଷା କରୁଛନ୍ତି ।

ରାଜ୍ୟରେ ବିଜେଡି ଏବେ ବି ଲୋକପ୍ରିୟ । ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ପୁଣି ଥରେ ରାଜ୍ୟରେ ବାଜିମାତ କରିବ । ଏକ ଦୈନିକ ଇଂରାଜୀ ଖବରକାଗଜର ସର୍ଭେ ରିପୋର୍ଟ ଏଭଳି ଖୁଲାସା କରିଛି। ଏହି ସର୍ଭେ ରିପୋର୍ଟ କହୁଛି ଯେ, ଅନ୍ୟ ଦଳ ଅପେକ୍ଷା ବିଜେଡି ଓଡ଼ିଶାରେ ଅଧିକ ଲୋକପ୍ରିୟ। ରାଜ୍ୟରେ ବର୍ତ୍ତମାନ ନିର୍ବାଚନ ହେଲେ ୨୧ଟି ଲୋକସଭା ଆସନ ମଧ୍ୟରୁ ଶାସକ ବିଜେଡି ଅତି କମରେ ୧୮ ଆସନ ପୋଛି ନେବ। କଂଗ୍ରେସ ଓ ବିଜେପିକୁ ଗୋଟିଏରୁ ୨ଟି ଲେଖାଁଏ ଆସନ ମିଳିପାରେ ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

ସେହିପରି ଅନ୍ୟ ଦଳର ରାଜ୍ୟ ନେତୃତ୍ବ ତୁଳନାରେ ନବୀନ ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ନେତା। ବର୍ତ୍ତମାନ ହେଉଥିବା ଚର୍ଚ୍ଚା ଅନୁଯାୟୀ ପୁରୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିଲେ ମଧ୍ୟ ତାହା ନବନୀ କିମ୍ବା ବିଜେଡି ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ସର୍ଭେରେ ଦର୍ଶାଯାଇଛି।

ଦୁଇ ଜାତୀୟ ଦଳ ଠାରୁ ସମଦୂରତା ରଖୁଥିବା ବିଜେଡିର ଏଜେଣ୍ଡା ବିକାଶ ।  ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବିକାଶ ବିଜେଡିର ଏକମାତ୍ର ଲକ୍ଷ୍ୟ ବୋଲି ନବୀନ ମଧ୍ୟ କହିଛନ୍ତି। କଥା ନୁହେଁ କାମ, ରାଜନୀତି ନୁହେଁ ରାଜ୍ୟର ବିକାଶ, ଦଳ ନୁହେଁ ଲୋକ ବଡ଼ ଏଭଳି ନୀତିରେ ବିଶ୍ବାସ ରଖୁଥିବା ବିଜେଡି ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ କାହା ସହ ମେଣ୍ଟ କରିବା ନାହିଁ ବରଂ ଓଡ଼ିଶାର ହକ୍ ପାଇଁ ଏକକୀ ଲଢ଼େଇ ଜାରି ରଖିବ ବୋଲି ନବୀନ କହିସାରିଛନ୍ତି। ସେହିପରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଓଡ଼ିଶାକୁ ନିରନ୍ତର ଭାବେ ବିକାଶ ପଥରେ ଆଗେଇ ନେବା‌ରେ ଅହରହ ଉଦ୍ୟମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅପରାଜେୟ କରିଦେଇଛି।

ନବୀନଙ୍କ  ସ୍ବଚ୍ଛ, ନିର୍ମଳ ଭାବମୂର୍ତ୍ତିୀ ତଥା ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ପାଇଁ ଦୀର୍ଘ ୧୯ ବର୍ଷ ଧରି ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ନବୀନ ନିଜସ୍ବ ବ୍ରାଣ୍ଡ ସୃଷ୍ଟି କରିଛନ୍ତି। ଏପରିକି ଗତ ୨ ଦଶନ୍ଧି ଧରି ସରକାର ଚଳାଇ ଆସୁଥିବା ବିଜେଡି କିପରି ଏଥର କ୍ଷମତାକୁ ନ ଆସିବ, ସେଥିପାଇଁ ଉଭୟ ରାଜ୍ୟ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତ କରୁଛନ୍ତି। ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀରେ କାଳିମା ବୋଳିବାକୁ ସବୁ ପ୍ରକାର ଚେଷ୍ଟା କରି ଫେଲ ମାରୁଛନ୍ତି। କଂଗ୍ରେସ ନିଜର ଅତିତର ଦୁର୍ନୀତିଗ୍ରସ୍ତ ପ୍ରତିଛବି ପାଇଁ ଭୋଟରଙ୍କ ବିଶ୍ବାସଭାଜନ ହୋଇପାରୁନଥିବା ବେଳେ ବିଜେପିରେ ନେତା-ନେତା ଓ ନେତା-କର୍ମୀଙ୍କ ମଧ୍ୟରେ ଚାଲିଛି ଲଢେଇ । ଯେଉଁଥିପାଇଁ ଦଳର ଗୋଡ ତଳୁ ମାଟି ଖସିଖସି ଯାଉଛି ।

Share

Leave a Reply

Your email address will not be published. Required fields are marked *

6 + 4 =