ଓଡିଶା କାହିଁକି ସ୍ବତନ୍ତ୍ର ?

ଭୁବନେଶ୍ବର () ଜାତୀୟ ସ୍ତରରେ ଓଡିଶା କାହିଁକି ସ୍ବତନ୍ତ୍ର । ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଏହାର ବାଖ୍ୟା କରିଛନ୍ତି ।

ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ – ସେଥିପାଇଁ ଓଡିଆ ଭାଷା ସ୍ବତନ୍ତ୍ର ।

ଆମ କଳା, ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର ।

ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ସ୍ବତନ୍ତ୍ର ।

ତାଙ୍କ ପୂଜା, ତାଙ୍କ ସଂସ୍କୃତି ହେଉଛି ଆମ ଜୀବନ ଧାରା ।

ମହାନଦୀ ଆମ ଜୀବନ ରେଖା ।

ମହାନଦୀର ପାଣି ପ୍ରତି ଓଡିଆଙ୍କ ଦେହରେ ଆଶୀର୍ବାଦ ହୋଇ ବହିଚାଲିଛି ।

ଆମ ଓଡିଶା ପ୍ରଚୁର ଖଣିଜ ସଂପଦରେ ଭରପୂର ॥

ଆମର ସମୃଦ୍ଧ ଓ ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି।

ଓଡିଶା ଏକ ସ୍ବତନ୍ତ୍ର ପରିଚୟ ହୋଇ ରହିଛି ।

ଓଡିଶାର ଏହି ସ୍ବତନ୍ତ୍ରତାର ସୁରକ୍ଷା ପାଇଁ ଆମ ପୂର୍ବପୁରୁଷ ମାନେ ଅନେକ ତ୍ୟାଗ କରିଛନ୍ତି ।

ଆମ ପାଇଁ ଲଢେଇ କରି ଆମକୁ ସ୍ବତନ୍ତ୍ର ରାଜ୍ୟ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × one =