ରାଜନୀତିକୁ ଆସିବା ନେଇ ଅରୁଣଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ () ଆଜି ଦିଲ୍ଲୀରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁଙ୍କ ବଡ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏହା ସହ ନବୀନଙ୍କ ପୁତୁରା ଅରୁଣ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି ।
ସେଠାରେ ଇଣ୍ଡୋନେସିଆ ମୁକ୍ତି ଆନ୍ଦୋଳନରେ ବିଜୁଙ୍କ ଅବଦାନର ସ୍ମୁତିଚାରଣ ହୋଇଛି । ଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସ ପକ୍ଷରୁ ଏହି ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି ।

ଇଣ୍ଡୋନେସିଆ ପାଇଁ ବିଜୁବାବୁଙ୍କ ଅବଦାନ ପାଇଁ ଆମେ ଗର୍ବିତ ବୋଲି ତାଙ୍କ ବଡ ପୁଅ ପ୍ରେମ କହିଛନ୍ତି । ସେହିପରି ବିଜୁବାବୁଙ୍କ ପାଇଁ ଭାରତ ଓ ଇଣ୍ଡୋନେସିଆ ଭିତରେ ଭଲ ସମ୍ପର୍କ ରହିଛି ବୋଲି ଅରୁଣ କହିଛନ୍ତି ।

ଆଜିର ଆୟୋଜିତ ପ୍ରଦର୍ଶନୀରେ ରାଜନୀତିକୁ ଆସିବା ନେଇ ଅରୁଣଙ୍କୁ ପ୍ରଶ୍ନ ପଚରାଯାଇଥିଲା । କିନ୍ତୁ ଅରୁଣ ରାଜନୀତିକୁ ନେଇ ସମସ୍ତ ପ୍ରଶ୍ନକୁ ଏଡାଇ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

20 − 19 =