ହକି ବିଶ୍ବକପ ପାଇଁ ଶାହାରୁଖଙ୍କୁ ଆମନ୍ତ୍ରଣ କଲେ ନବୀନ

ଭୁବନେଶ୍ବର () କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକପ ହକି ପ୍ରତିଯୋଗିତର ଉଦଘାଟନୀ ଉତ୍ସବକୁ ବଲିଉଡ ସିନେ ତାରକା ଶାହାରୁଖ ଖାନକୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟରରେ ନବୀନ ଶାହାରୁଖଙ୍କ ସହ ହକି ବିଶ୍ବକପକୁ ତାଙ୍କ ସମର୍ଥନ ପାଇଁ କୃତଜ୍ଞତା ଜଣାଇବା ସହ ନଭେମ୍ବର ମାସରେ ଥିବା ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ଆମନ୍ତ୍ରଣ କରିଛନ୍ତି ।

ପୂର୍ବରୁ ଭାରତୀୟ ହକି ଖେଳାଳୀମାନେ ଟ୍ବିଟରରେ ଏକ ଭିଡିଓ ଯୋଗେ ଶାହାରୁଖଙ୍କୁ ହକି ମ୍ୟାଚରେ ଅଂଶ ଗ୍ରହଣ କରିବେ କି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଶାହାରୁଖ କହିଥିଲେ ଯେ, ତାଙ୍କ ହୃଦୟ ହକି ପାଇଁ ସ୍ପନ୍ଦନ କରୁଛନ୍ତି (my heart beats for hockey) । ସେ କହିଥିଲେ ଯେ, ଏହି ସୁଯୋଗ ପାଇଲେ ନିଶ୍ଚୟ ଡିଆଁ ମାରିବେ । ସେ ଭାରତୀୟ ହକି ଟିମକୁ ଉତ୍ତମ ପ୍ରଦର୍ଶନ କରିବାକୁ ଶୁଭେଚ୍ଛା ଜଣାଇଥିଲେ ।

ଏଥିସହିତ ହଲିଉଡ ତାରକା ଅକ୍ଷୟ କୁମାରଙ୍କୁ ମଧ୍ୟ ଉଦଘାଟନୀ କିମ୍ବା ଉଦଯାପନୀ ଉତ୍ସବର ଅତିଥି କରିବା ପାଇଁ ଚେଷ୍ଟା ଚାଲିଥିବା ଜଣାପଡିଛି । ଏପରିକି 90 ଦଶକର ଚୁଲବୁଲି ନାୟିକା ମାଧୁରୀ ଦିକ୍ଷିତଙ୍କୁ ମଧ୍ୟ ହକି ବିଶ୍ବକପକୁ ଅତିଥି ଭାବେ ଆମନ୍ତ୍ରିତ କରିବା ପାଇଁ ମଧ୍ୟ ଯୋଜନା ଚାଲିଛି ।

Share

Leave a Reply

Your email address will not be published. Required fields are marked *

1 + 10 =