ପ୍ରଚାର ମୈଦାନରେ ନବୀନ, ବିରାଟ ସ୍ବାଗତ ସମ୍ଭର୍ଦ୍ଧନାରେ ବିଜେପୁରବାସୀ କଲେ ସ୍ବାଗତ

ବିଜେପୁର () ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଆଜି ଲଉମୁଣ୍ଡାରେ ହେଲିକପ୍ଟର ଅବତରଣ କରିବା ପରେ ହାଇଟେକ୍ ବସରେ ବିଜେପୁର ରୋଡ଼ ସୋ ଆରମ୍ଭ ହୋଇସାରିଛି । ମୁଖ୍ୟମନ୍ତ୍ରୀ ବିଜେପୁରରୁ ବରପାଲି ଅଭିମୁଖେ ଯିବା ସମୟରେ ରାସ୍ତାର ଦୁଇ ପାର୍ଶ୍ବରେ ନାହିଁନଥିବା ଭିଜ ଜମିଛି । ଏହି ରୋଡ ସୋରେ ହଜାର ହଜାର ସଂଖ୍ୟାରେ କର୍ମୀ ଓସାଧାରଣ ଲୋକଙ୍କ ସମାଗମ ହୋଇଥିବା ବେଳେ ବିଜେପୁର ଉଠୁଛି ପଡୁଛି ।

ଆଜି ଓ ଆସନ୍ତାକାଲି ୨ ଦିନ ଧରି ପ୍ରଚାର କରିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋକୁ ସଫଳ କରିବା ପାଇଁ ବିଜେଡିର ବରିଷ୍ଠ ନେତାମାନେ ଲାଗିପଡିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଲାଉମୁଣ୍ଡା ଷ୍ଟାଡିୟମରୁ କୁର୍କୁଟା, କୁର୍କୁଟାରୁ ପାର୍ଥଲା, ପାର୍ଥଲାରୁ ବଡବାଉଁସେନ ଛକ, ବଡବାଉଁସେନ ଛକରୁ ସାଇପାଲି, ସାଇପାଲିରୁ ଖରମୁଣ୍ଡା, ଖରମୁଣ୍ଡାରୁ ଟି.ଗଣ୍ଡପାଲି, ଟି.ଗଣ୍ଡପାଲିରୁ ଚାରପାଲି, ଚାରପାଲିରୁ କଲଙ୍ଗାପାଲି, କଲଙ୍ଗପାଲିରୁ ଗୁଡିମୁଣ୍ଡା, ଗୁଡିମୁଣ୍ଡାରୁ ବିଜେପୁର, ବିଜେପୁରରୁ ସରଣ୍ଡାପାଲି, ସରଣ୍ଡାପାଲିରୁ ବନ୍ଧପାଲି, ବନ୍ଧପାଲିରୁ ଗୋପାଇପାଲି ଛକ, ଗୋପାଇପାଲି ଛକରୁ ବରଗାଁ, ବରଗାଁରୁ ଗାନ୍ଧୀଛକ ଓ ଗାନ୍ଧୀଛକରୁ ବରପାଲି ଏନଏଏସି ଅଞ୍ଚଳରେ ରୋଡ ସୋ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆପଣମାନେ ଖୁସି ତ ପ୍ରଶ୍ନର ଉତ୍ସୁକତାର ସହ ଲୋକେ ହଁ ବୋଲି ଉତ୍ତର ଦେଉଥିବା ବେଳେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ବିଜୟ ସମ୍ଭାବନାକୁ ଅଧିକ ଦୃଢିଭୁତ କରିଛି । ଏହି ନିର୍ବାଚନରେ ରୀତା ସାହୁଙ୍କ ବିଜୟ ସମ୍ଭାବନା ଜଳ ହୋଇ ଦିଶୁଛି । କାରଣ ବିଜେପୁରର ବିକାଶ ଦାୟିତ୍ବ ନିଜେ ମୁଖ୍ୟମନ୍ତ୍ରୀ ତଦାରଖ କରୁଛନ୍ତି । 2018 ଉପନିର୍ବାଚନରେ ନବୀନ ପଟ୍ଟନାୟକ ଏହି ଘୋଷଣା କରିବା ସହ ବିଜେପୁର ସମେତ ପୂରା ବରଗଡ ଜିଲ୍ଲାର ଜଳସେଚନ ଏବଂ ପାନୀୟ ଜଳ ପାଇଁ ଏକାଧିକ ପ୍ରକଳ୍ପ ଆରମ୍ଭ କରିଥିଲେ । ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡିଶାବାସୀଙ୍କ ଅନୁରୋଧ ରକ୍ଷା କରି ନବୀନ ନିଜର ପାରମ୍ପାରିକ ହିଂଜିଳି ଓ ବିଜେପୁରରୁ ଲଢିଥିଲେ । ଦୁଇଟି ଯାକ ଆସନରୁ ଜିତିବା ପରେ ସେ ନିଜ ପାରମ୍ପାରିକ ଆସନ ରଖିଲେ ଏବଂ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ରାଜ୍ୟ ସରକାରଙ୍କ ଫୋକସରେ ପଶ୍ଚିମ ଓଡିଶାର ବିକାଶ ରହିଥିବା ବେଳେ ରୀତା ସାହୁଙ୍କ ଉପରେ ଭୋଟର ଦୃଢ ଆସ୍ଥା ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

one + eighteen =