ରାହୁଲଙ୍କ ସମର୍ଥନରେ ଖୁସି ହେଲେ ନବୀନ

ଭୁବନେଶ୍ବର () ମହିଳାଙ୍କ ପାଇଁ ବିଧାନସଭା ଓ ଲୋକସଭାରେ 33 ପ୍ରତିଶତ ସଂରକ୍ଷଣ ପ୍ରସ୍ତାବକୁ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ସମର୍ଥନ କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିଛନ୍ତି । ଏଥିସହିତ ସେ ଆଶା ପ୍ରକାଶ କରିଛନ୍ତି ଯେ, ଅନ୍ୟ ଦଳଗୁଡିକ ମଧ୍ୟ ଏହାକୁ ସମର୍ଥନ କରିବେ ।

ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ବିଜେଡିର ବରିଷ୍ଠ ନେତାମାନେ ସବୁ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଭେଟି ବିଲ ସପକ୍ଷରେ ସମର୍ଥନ ଯୋଗାଡ କରିବେ । ଏହି ପରିପ୍ରେକ୍ଷୀରେ ରାହୁଲ କଂଗ୍ରେସ ଶାସିତ ରାଜ୍ୟ ଏବଂ ଯେଉଁ ରାଜ୍ୟରେ କଂଗ୍ରେସ ମେଣ୍ଟ ସରକାରରେ ରହିଛି ସେହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ନିଜ ନିଜ ବିଧାନସଭାରେ ମହିଳାଙ୍କ ପାଇଁ ବିଧାନସଭା ଓ ଲୋକସଭାରେ 33 ପ୍ରତିଶତ ସଂରକ୍ଷଣ ସଂପର୍କିତ ଶଙ୍କଳ୍ପ ଆଗତ କରିବାକୁ କହିଛନ୍ତି ।

ଓଡିଶା ବିଧାନସଭା ଏ ସଂପର୍କରେ ଏକ ଶଙ୍କଳ୍ପ ଆଗତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ମହିଳାଙ୍କ ପାଇଁ ରାଜନୀତିରେ ଏକ ତୃତୀୟାଂଶ ସଂରକ୍ଷଣ ସଂପର୍କିତ ବିଲ ଆଗତ କରିବାକୁ ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × two =