2019ରେ ବିଜେଡି ଭଲ ପ୍ରଦର୍ଶନ କରିବ : ନବୀନ

ଭୁବନେଶ୍ୱର () ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ । ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ଦାବି କରିଛନ୍ତି ।

2017 ପଂଚାୟତ ନିର୍ବାଚନରେ କିଛିଟା ସଫଳତା ପରେ ଉତ୍ସାହିତ ବିଜେପି ରାଜ୍ୟରେ ମିଶନ 120ର ଘୋଷଣା କରିଛି । ଆସନ୍ତା ନିର୍ବାଚନରେ ବିଜେପି ସରକାର ଗଠନ କରିବ ବୋଲି ଦାବି କରିଛି । ସେହିଭଳି କଂଗ୍ରେସ ମଧ୍ୟ ନେତୃତ୍ୱ ପରିବର୍ତ୍ତନ ପରେ ସରକାର ଗଠନର ଦାବି କରୁଛି ।

ହେଲେ ବିଜେପି ଓ କଂଗ୍ରେସର ଦାବିକୁ ଗ୍ରହଣ କରିପାରୁନାହାନ୍ତି ନବୀନ । ବରଂ ବିଜେଡି ପୂର୍ବ ଅପେକ୍ଷା 2019ରେ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 + seventeen =