କଂଗ୍ରେସ କାର୍ଯ୍ୟକାରୀ ସଭାପତି ବିଜେଡିରେ

ଝାରସୁଗୁଡା କଂଗ୍ରେସ ବିଧାୟକ ନବ ଦାସ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜୁଜନତା ଦଳରେ ଯୋଗ ଦେଇଛନ୍ତି । ସେ ପୁର୍ବରୁ କଂଗ୍ରେସ ଟିକେଟରେ ଝାରସୁଗୁଡା ବିଧାସଭା ଆସନରୁ ଦୁଇ ଥର କଂଗ୍ରେସ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନିଖିଳ ଭାରତ କଂଗ୍ରେସ କମିଟି ତାଙ୍କୁ ରାଜ୍ୟ ପିସିସିର କାର୍ଯ୍ୟକାରୀ ସଭାପତି କରି ପଶ୍ଚିମ ଓଡିଶା ଦାୟୀତ୍ୱରେ ମଧ୍ୟ ରଖିଥିଲେ । ଶେଷରେ ଶ୍ରୀ ଦାସ କଂଗ୍ରେସ ଦଳକୁ ଧୋକା ଦେଇ ଆଜି ଆନୁÂାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ଆସନ୍ତା ନିର୍ବାଚନରେ ତାଙ୍କର ପରାଜୟ ଆଶଙ୍କା କିମ୍ବା ତାଙ୍କର ବ୍ୟବସାୟୀକ ସାମ୍ରାଜ୍ୟର ସୁରକ୍ଷା ପାଇଁ ସେ ଦଳବଦଳ କରିଛନ୍ତି, ସେ ନେଇ ସ୍ଥାନୀୟ ଲୋକ ମାନେ ସନେ୍ଦହରେ ପଡିଛନ୍ତି । ଗତ ନିର୍ବାଚନ ବେଳେ ନବଙ୍କ ଭଳି ତତ୍କାଳିନ ବିରୋଧି ଦଳର ନେତା ଭୁପିନ୍ଦର ସିଂ ଏବଂ କଂଗ୍ରେସ ବିଧାୟକ ଅନୁପ ସାଏ ରାତି ଅଧିଆ କଂଗ୍ରେସର ହାତ ଛାଡି ବିଜେଡିରେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନିର୍ବାଚନରେ ବିଜେଡି ଟିକେଟ ମଧ୍ୟ ଦେଇଥିଲେ । କିନ୍ତୁ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଭୋଟର ମାନେ ସେମାନଙ୍କୁ ପରାଜିତ କରିଥିଲେ । ନବଙ୍କର ସେହି ଅବସ୍ଥା ଯେ ନହେବ ତାହା କହିହେଉନାହିଁ ।

Share

Leave a Reply

Your email address will not be published. Required fields are marked *

14 − seven =