ଆଜି ମୁନାଫ ପଟେଲଙ୍କ ଜନ୍ମଦିନ

୨୦୧୧ ବିଶ୍ୱକପରେ ଭାରତ ବିଜୟୀ ହୋଇଥିଲା । ଏହି ବିଜୟୀ ଦଳର ସଦସ୍ୟଥିଲେ ମୁନାଫା ପଟେଲ । ଡାହାଣ ହାତୀ ପେସ ବୋଲର ମୁନାଫା ପଟେଲ ବିଶ୍ୱକପରେ ଭଲ ପ୍ରଦାନ କରିଥିଲେ । ତେବେ ଆଜି ହେଉଛି ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ଜନ୍ମଦିନ । ୩୮ ବର୍ଷରେ ପାଦ ଥାପିଛନ୍ତି ମୁନାଫ୍ । ତେବେ ଆସିନ୍ତୁ ତାଙ୍କ ଜନ୍ମଦିନରେ ଜାଣିବା କେମିତି ରହିଥିଲା ତାଙ୍କ ସଂଘର୍ଷମୟ କ୍ରିକେଟ ଜୀବନୀ ।

୧୯୮୩ ମସିହା ଜୁଲାଇ ୧୨ ତାରିଖରେ ଗୁଜୁରାଟର ଇକହାର ସହରରେ ଜନ୍ମ ଗ୍ରହଣ କରିଥିଲେ ମୁନାଫ । ପିଲାଟି ଦିନରୁ ହିଁ କ୍ରିକେଟ ପ୍ରତି ତାଙ୍କର ରହିଥିଲା ଅହେତୁକ ଆଗ୍ରହ । କ୍ରିକେଟରେ କ୍ୟାରିୟର ବନାଇବା ଲାଗି ଆରମ୍ଭ କରିଥିଲେ ନିଜର ସଂଘର୍ଷ । ୨୦୦୩ ମସିହାରେ ପ୍ରଥମେ ଗୁଜୁରାଟ ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବା ଲାଗି ମୁନାଫଙ୍କୁ ସୁଯୋଗ ମିଳିଥିଲା । ଏହାପରେ ସେ ବହୁ ଘାତ ପ୍ରତିଘାତ ସହି ଦିଲ୍ଲୀପ ଟ୍ରଫି ଓ ପ୍ରଥମ ଶ୍ରେଣୀ କ୍ରିକେଟରେ ଭଲ ପ୍ରଦର୍ଶନ ଜାରି ରଖିଥିଲେ । ୨୦୦୬ ମସିହାରେ ତାଙ୍କୁ ପ୍ରଥମଥର ଲାଗି ଭାରତୀୟ ଦଳରେ ସ୍ଥାନ ମିଳିଥିଲା । ଇଂଲଣ୍ଡ ବିପକ୍ଷ ସିରିଜରେ ଦଳରେ ସ୍ଥାନ ପାଇଲେ ମୁନାଫ । ୯ ମାର୍ଚ୍ଚ ୨୦୦୬ରେ ଡେବ୍ୟୁ ମ୍ୟାଚ ଖେଳିଥିଲେ ମୁନାଫା । ଦ୍ରୃତ ବୋଲିଂ ଲାଗି ତାଙ୍କୁ ସମସ୍ତେ ପ୍ରଂଶସା କରୁଥିଲେ ।

ନିୟମିତ ବ୍ୟବଧାନରେ ୱିକେଟ ଖସଉଥିବାରୁ ସେ ଦଳର ନିୟମିତ ଖେଳାଳୀ ଭାବରେ ସ୍ଥାନ ପାଇଥିଲେ । ତେବେ ସେହି ସିରିଜର ଦିନିକିଆରେ ୩ ଏପ୍ରିଲରେ ଡେବ୍ୟୁ କରିଥିଲେ । ସେପଟେ ଟି-୨୦ ଦଳରେ ୨୦୧୧ ମସିହାରେ ଡେବ୍ୟୁ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି କି, ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ମୁନାଫା କ୍ୟାରିୟରର ଶେଷ ମ୍ୟାଚ ମଧ୍ୟ ଇଂଲଣ୍ଡ ବିପକ୍ଷରେ ଖେଳିଛନ୍ତି । ସେପ୍ଟେମ୍ବର ୩ ତାରିଖରେ ଶେଷ ମ୍ୟାଚ ଖେଳିଥିଲେ ।

ଦଳରେ ଯୁବ ଖେଳାଳୀଙ୍କୁ ସ୍ଥାନ ମିଳିବା ପରେ ତାଙ୍କ ସାମିଲ କରାଯାଇନଥିଲା । କେବଳ ଆଇପିଏଲ ଏବଂ ପ୍ରଥମ ଶ୍ରେଣୀ କ୍ରିକେଟ ଜାରି ରଖିଥିଲେ ମୁନାଫ । ଶେଷରେ ୨୦୧୮ ମସିହାରେ ଖେଳ ଜୀବନରୁ ସନ୍ୟାସ ଗ୍ରହଣ କରିଥିଲେ ସେ । ଆଇପିଏଲ କ୍ୟାରିୟରରେ ସେ ରାଜସ୍ଥାନ ରୟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଜ ଲାୟନ୍ସ ଲାଗି ଖେଳିଛନ୍ତି । ତେବେ ଆମେ ଯଦି ତାଙ୍କ କ୍ୟାରିୟର କଥା କହିବା ତେବେ ସେ ୧୩ଟି ଟେଷ୍ଟ ମ୍ୟାଚ ଖେଳି ୩୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ୭୦ଟି ଦିନିକିଆରେ ୮୬ଟି ୱିକେଟ ନେଇଛନ୍ତି । ଏହାସହ ଫାଷ୍ଟକ୍ଲାସ କ୍ରିକେଟରେ ୫୯ଟି ମ୍ୟାଚ ଖେଳି ୧୯୨ଟି ୱିକେଟ ଅକ୍ତିଆର କରିଛନ୍ତିି । ତାଙ୍କ ପେସ ବୋଲିଂ ଲାଗି ସବୁବେଳେ ସେ ପ୍ରଂଶସିତ ହୋଇଥାନ୍ତି । ୧୩୭ ରୁ ୧୪୦ କିଲୋମିଟର ବେଗରେ ବୋଲିଂ କରିଥାନ୍ତି ମୁନାଫା । ଏବେ ସେ ନିଜର ପରିବାର ସହ ବେଶ ହସ ଖୁସିରେ ଜୀବନ କାଟୁଥିବା ନଜରକୁ ଆସିଛନ୍ତି ।

ତେବେ ଦର୍ଶକ ବନ୍ଧୁ ମୁନାଫ ପଟେଲଙ୍କ ଜନ୍ମଦିନରେ ଆମ ସ୍ୱାଧିକାର ନ୍ୟୁଜ ପକ୍ଷରୁ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭକାମନା । ଇଶ୍ୱର ତାଙ୍କୁ ଭଲରେ ରଖନ୍ତୁ ବୋଲି ଆମେ କାମନା କରୁଛୁ । ତେବେ ଏମିତି ନୂଆ ନୂଆ ଭିଡିଓ ଦେଖିବା ଲାଗି ଆମ ପେଜକୁ ଲାଇକ, ସସକ୍ରାଇବ ଏବଂ ସେୟାର କରିବାକୁ ଜମା ଭୁଲିବେନି ।

Share

Leave a Reply

Your email address will not be published. Required fields are marked *

19 + seventeen =