ମୁମ୍ବାଇ ହାୱଡା ଏକ୍ସପ୍ରେସରେ ନିଆଁ

ରାଉରକେଲା()   ମୁମ୍ବାଇ-ହାଓ୍ୱଡା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରୁ ଆଜି ଦିନ ପ୍ରାୟ ସାଢ଼େ ଦଶଟା ବେଳେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଯାତ୍ରୀମାନେ ଟ୍ରେନ୍ର ଚେନ୍ ଟାଣି ଲୋଟପାହାଡ଼ ପାଖରେ ଅଟକାଇ ଥିଲେ। ତେବେ ଭୟଭୀତ ଯାତ୍ରୀମାନେ ଟ୍ରେନ୍ ଅଟକିବା ପୂର୍ବରୁ ତଳକୁ ଡେଇଁ ପଡ଼ିଥିଲେ। ହେଲେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।

ପରେ ଜଣାପଡିଥିଲା ଯେ ହାଟ ଏକସେଲ ଯୋଗୁ ଧୁଆ ବାହାରି ଥିଲା । ସେଠାରେ ଟ୍ରେନ ୪୫ ମିନିଟ ଅଟକି ରହିଥିଲା । ପରେ ଏହାକୁ ଠିକ କରି ଟ୍ରେନ ଚକ୍ରଧରପୁର ଆଡକୁ ଯାଇଥିଲା ।ଏହି ଟ୍ରେନ ବିଳମ୍ବରେ ରାଉରକେଲା ପଟୁ ଯାଉଥିବା ଯୋଗୁ ପାଖପାଖି ସାଢେ ୧୦ଟା ବେଳେ ଏହି ଘଟଣା ଘଟିଥିଲା ।

Share

Leave a Reply

Your email address will not be published. Required fields are marked *

twenty + 18 =