ଘର ପାଇଁ ସୁପି୍ରମକୋର୍ଟ ଗଲେ ଧୋନୀ

ଘର ପାଇଁ ସୁପି୍ରମକୋର୍ଟ ଗଲେ ଧୋନୀ । ଆମ୍ରପାଲ୍ଲୀ ଗ୍ରୁପ୍ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନୀ ।

ଧୋନୀ ସୁପ୍ରିମକୋର୍ଟଙ୍କୁ ଜଣାଇବା ପାଇଁ ଚାହିଁଛନ୍ତି ଯେ, ସେ ରାଂଚିରେ ଆମ୍ରପଲ୍ଲୀ ସଫାୟାରରେ ପେଂଟ ହାଉସ ବୁକ୍ କରିଥିଲେ । ସେତେବେଳେ ଗ୍ରୁପର ପରିଚାଳନା ତାଙ୍କୁ ଫ୍ଲାଟ ଦେଇନଥିଲେ । ଆମ୍ରପାଲ୍ଲୀ ଗ୍ରୁପ୍ ତାଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିଛି । ୨୦୦୯ରୁ ୨୦୧୬ ଯାଏଁ ଧୋନୀ କମ୍ପାନୀର ଆମ୍ବାସାଡର ଥିବା ବେଳେ ତାଙ୍କ ପାଉଣା ଗ୍ରୁପ ବାକି ରଖିଥିବା ଧୋନୀ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ।

ସତ୍ୟପାଠରେ କହିଛନ୍ତି, ଘର ଦେବାକୁ କହି ଠକି ଦେଇଛି କମ୍ପାନୀ । ରାଂଚିରେ ଆମ୍ରପଲ୍ଲୀ ପ୍ରକଳ୍ପରେ ତାଙ୍କୁ ପେଂଟ ହାଉସ ଅଧିକାର ଦିଆଯାଉ ବୋଲି ସେ କୋର୍ଟଙ୍କୁ ନିବେଦନ କରିଛନ୍ତି । ଏହାସହ ପ୍ରକଳ୍ପ ତାଲିକାରେ ଅନ୍ୟ ଘର କ୍ରେତାଙ୍କୁ ସାମିଲ କରାଯାଉ ବୋଲି ଧୋନି ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five + four =