ନବୀନ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ନବୀନ ପଟ୍ଟନାୟକ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ରାଜ୍ୟର 59 ପ୍ରତିଶତ ଲୋକ ତାଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ଦ୍ବିତୀୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ତୃତୀୟରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ, ଚତୁର୍ଥରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖଣ୍ଡୁଆ ଓ ପଂଚମରେ ଗୁଜୁରାଜ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ।

ପଲିଟିକାଲ ଷ୍ଟକ ଏକ୍ସଚେଂଜ ପକ୍ଷରୁ ଦେଶର 23ଟି ଯାକ ରାଜ୍ୟର ଜନମତକୁ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟ ପୁଣି ଥରେ ରାଜ୍ୟରେ ବିରୋଧୀଙ୍କ ଅକଲ ଗୁଡୁମ କରିଦେଇଛି । ଆଉ ପ୍ରମାଣିତ କରିଦେଇଛି ଯେ, ବିରୋଧୀ ରାଜ୍ୟ ସରକାରଙ୍କ ବିରୋଧରେ ଯେତେ ବି ଅଭିଯୋଗ କଲେ ତାହାକୁ ଭୋଟର ଗ୍ରହଣ କରିବାକୁ ରାଜି ନୁହଁନ୍ତି । ସେମାନେ ପଂଚମ ଥର ପାଇଁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ।

ନବୀନଙ୍କ ପରେ ଦ୍ବିତୀୟ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ମମତା ପୁଣି ଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି 53 ପ୍ରତିଶତ ଭୋଟ ଚାହୁଁଛନ୍ତି । ମଣିପୁରରେ ସେହିଭଳି ଏନ. ବିରେନ ସିଂହଙ୍କୁ 52 ପ୍ରତିଶତ, ଅରୁଣାଚଳ ପ୍ରଦେଶରେ ପ୍ରେମ ଖଣ୍ଡୁଆଙ୍କୁ 51 ପ୍ରତିଶତ ଏବଂ ଗୁଜୁରାୟରେ 48 ପ୍ରତିଶତ ଭୋଟର ବିଜୟ ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । କେବଳ ଓଡିଶା ଓ ପଶ୍ଚିମବଙ୍ଗକୁ ବାଦ ଦେଲେ ଅନ୍ୟ ତିନୋଟି ଯାକ ରାଜ୍ୟରେ ଏବେ ବି ବିଜେପି ସରକାରରେ ରହିଛି ।

ପୂର୍ବରୁ ମଧ୍ୟ ଦୁଇ ଦୁଇଟି ସର୍ଭେରେ ନବୀନ ପଟ୍ଟନାୟକ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ନେତା ଥିବା ବେଳେ ଏବେ ଜାତୀୟ ସ୍ତରରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଗୋଟେ ପଟେ ବିଜେପି ଓ କଂଗ୍ରେସ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ, ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ, ଗରିବ ବିରୋଧୀ, ଚାଷୀ ବିରୋଧୀ ଏମିତି ଅଭିଯୋଗ କରୁଥିଲେ ବି ଜନମତ ଭିନ୍ନ ଦିଗରେ ଗତିକରୁଛି । ଆଉ ଏହା ହିଁ ପ୍ରମାଣିତ କରୁଛି ଯେ, 2000 ମସିହାରେ ବିଜେଡି କ୍ଷମତାକୁ ଆସିବା ସମୟରେ ନବୀନଙ୍କ ଭାବମୂର୍ତ୍ତି ଏବଂ ଏବେର ଭାବମୂର୍ତ୍ତି ଭୋଟରଙ୍କ ଆଗରେ ପୂର୍ବଭଳି ଅକ୍ଷୁର୍ଣ୍ଣ ରହିଛି ।

Share

Leave a Reply

Your email address will not be published. Required fields are marked *

three × four =