ମୋଦି କେୟାରରେ ଫସିଗଲେଣି ମୋଦି

ନୂଆଦିଲ୍ଲୀ (): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୫୦ କୋଟି ଭାରତୀୟଙ୍କୁ ସ୍ବାସ୍ଥ୍ୟ ବୀମା ଅନ୍ତର୍ଗତ କରିବା ପାଇଁ ମୋଦୀ ସରକାର ଉଦ୍ୟମ ଜାରି ରଖିଛନ୍ତି । ମାତ୍ର ଏହାକୁ ଲାଗୁ କରିବା ପାଇଁ ମୋଦୀ ସରକାରଙ୍କ ସାମ୍ନାରେ ଅନେକ ଚ୍ୟାଲେଞ୍ଜ ରହିଛି ।  “ଓବାମା କେୟାର’ ଆଧାରରେ “ମୋଦୀ କେୟାର’ (ଆୟୁଷ୍ମାନ ଭାରତ) ନାମରେ ପ୍ରସିଦ୍ଧ ଏହି ମହତାକାଂକ୍ଷୀ କାର୍ଯ୍ୟକ୍ରମକୁ ଘୋଷଣା ହେବାରେ ୫ ମାସ ବିତିଗଲାଣି ଏବଂ ସରକାର ଏବେ ମଧ୍ୟ ହସ୍ପିଟାଲ ଓ ବୀମା କମ୍ପାନୀ ଚକ୍କରରେ ଫସିରହିଛନ୍ତି । ସରକାର ଅଗଷ୍ଟରେ ଏହାକୁ ଲଞ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଯୋଜନାରେ ଯେତେ ସଂଖ୍ୟକ ଲୋକଙ୍କୁ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି ତାହା ପୁରା ଦକ୍ଷିଣ ଆମେରିକା ଦେଶର ଜନସଂଖ୍ୟାଠୁ  ଅଧିକ ହେବ ।

ବ୍ଲୁମର୍ଗର ରିପୋର୍ଟ ମୁତାବକ ମୋଦୀ କେୟାରର ଲକ୍ଷ୍ୟ ଦେଶର ୪୦ ପ୍ରତିଶତ ଗରିବଙ୍କୁ ସ୍ବାସ୍ଥ୍ୟ ବୀମାରେ ସାମିଲ କରିବା । ୨୦୧୭ର ବିଶ୍ବସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ  ଅନୁଯାୟୀ ଦେଶର ବଢୁଥିବା ସ୍ବାସ୍ଥ୍ୟ ଖର୍ଚ୍ଚ ଦେଶର ୫୨ କୋଟି ଜନତାଙ୍କୁ  ଗରିବ ରେଖା ତଳକୁ ନେଇ ଯାଇଛି ।  ଅନ୍ୟ ପଟେ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ମୋଦୀ ସରକାରଙ୍କ ଉପରେ ଗରିବଙ୍କ ତୂଳନାରେ ଉଦ୍ୟୋଗପତିଙ୍କ ପ୍ରତି ଅଧିକ ଧ୍ୟାନ ଦେଉଥିବାର ଅଭିଯୋଗ ଲଗାଇ ସର୍ବଦା ନିଶାଣ କରୁଛନ୍ତି ।

ଏମିତିରେ ମୋଦୀ ସରକାରଙ୍କ ଯୋଜନା ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଲୋକଙ୍କ ଜନ ସମର୍ଥନ ହାସଲ କରିବା ଉପରେ ରହିଛି । ଏହି ଯୋଜନାରେ ଲାଭାର୍ଥୀଙ୍କ ଚିହ୍ନଟ ମଧ୍ୟ ହୋଇ ସାରିଛି ଓ ଆଇଟି ଇନଫ୍ରାଷ୍ଟ୍ରକଚର ମଧ୍ୟ ପ୍ରସ୍ତୁତ ରହିଛି । ମାତ୍ର ଏହି ଯୋଜନାରେ ସରକାରୀ ଓ ଘରୋଇ ହସ୍ପିଟାଲ ଏବଂ ବୀମା କମ୍ପାନୀକୁ ସାମିଲ କରିବାର ପ୍ରକ୍ରିୟାକୁ ଅନ୍ତିମ ରୂପ ଦେବା ଏବେ ମଧ୍ୟ ବାକି ରହିଛି । ମାତ୍ର ଏତେ ବଡ଼ ଜନସଂଖ୍ୟାକୁ ଏହି ଯୋଜନାରେ ସାମିଲ କରିବାକୁ ହେଲେ  ଘରୋଇ ସେକ୍ଟରର  ବିନା ସାହାଯ୍ୟରେ ଏହା ସମ୍ଭବ ନୁହେଁ । କାରଣ ସରକାରୀ ସେକ୍ଟରରେ ଆମ ପାଖରେ ସେହି ଧରଣର ହେଲଥ କେୟାରର କ୍ଷମତା ନାହିଁ । ମାତ୍ର ଆଶା କରାଯାଉଛି ଯେ  ଅଗଷ୍ଟ ୧୫ ପର୍ଯ୍ୟନ୍ତ ସରକାର ଏହି ମହତାକାଂକ୍ଷୀ ଯୋଜନାକୁ ଲଞ୍ଚ କରି ପାରନ୍ତି । ଏଠାରେ କହି ରଖୁଛୁ ଯେ, ଏହି ଯୋଜନା ଚଳିତ ବର୍ଷରେ ମୋଦୀ ସରକାରଙ୍କ ଦ୍ବିତୀୟ ସବୁଠୁ ବଡ଼ ଜନ କଲ୍ୟାଣକାରୀ ଯୋଜନା ।

Share

Leave a Reply

Your email address will not be published. Required fields are marked *

8 + 14 =