ଆଜି ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିବେ ମୋଦୀ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଗସ୍ତରେ ଆମେରିକାରେ ପହଞ୍ଚିଛନ୍ତି। ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ଅନେକ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ ।
ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ବିଶ୍ୱ ନେତାଙ୍କ ସହ ଆଲୋଚନା କରିବେ ଏବଂ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) କୁ ମଧ୍ୟ ସମ୍ବୋଧିତ କରିବେ। ଭାରତୀୟ ସମୟ ପ୍ରାୟ ୩.୩୦ ସମୟରେ ପ୍ରଧାନମନ୍ତ୍ରୀ ୱାଶିଂଟନରେ ପହଞ୍ଚିଥିଲେ। ତାଙ୍କର ଆମେରିକା ଗସ୍ତର ପ୍ରଥମ ଦିନରେ ପିଏମ ମୋଦି ଅଷ୍ଟ୍ରେଲୀୟ ପ୍ରତିପକ୍ଷ ସ୍କଟ ମୋରିସନ୍, ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ଏବଂ ଭାରତରେ ବିପୁଳ ନିବେଶ କରିଥିବା କିଛି ପ୍ରମୁଖ କମ୍ପାନୀର ମୁଖ୍ୟଙ୍କ ସହ ଆଲୋଚନା କରିବେ।
ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦି କ୍ୱାଲକମ୍, ଆଡୋବ୍, ବ୍ଲାକ୍ଷ୍ଟୋନ୍, ଜେନେରାଲ୍ ଆଟୋମିକ୍ସ ଏବଂ ଫାର୍ଷ୍ଟ ସୋଲାର ଭଳି ଆମେରିକାର ବୃହତ୍ କମ୍ପାନୀର ସିଇଓ ମାନଙ୍କୁ ଭେଟିବେ ଜ୍ଝ ଏହି ବୈଠକ ଭାରତୀୟ ସମୟ ସନ୍ଧ୍ୟା ୭.୧୦ରେ ଅନୁଷ୍ଠିତ ହେବ ଜ୍ଝ
ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସମୟ ରାତି ୧୧ ଟାରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ଜଣେ ଭାରତୀୟ ଅଧିକାରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋରିସନଙ୍କୁ ଭେଟିବାକୁ ଉତ୍ସାହିତ ଅଛନ୍ତି। ବିଭିନ୍ନ ଆନ୍ତର୍ଜାତୀୟ ସମ୍ମିଳନୀରେ ଦୁଇ ନେତା ଅନେକ ଥର ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ମାରିସନ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଡାକି ଚୀନ୍ ବିରୋଧରେ ‘ଅକସ୍’ ମିଳିତ ମଞ୍ଚ ବିଷୟରେ ତାଙ୍କୁ ସୂଚନା ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

15 − one =