ଏଣିକି ବିଧାନସଭାରେ ବ୍ୟବହାର କରିପାରିବେନି ମୋବାଇଲ

ଭୁବନେଶ୍ବର()   ଏଣିକି ବିଧାନସଭାକୁ ମୋବାଇଲ ନେବା ଉପରେ ରୋକ ଲଗାଇଲେ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର । ବିଧାନସଭା ଭିତରେ ଯଦି କାହାର ମୋବାଇଲ ବାଜିବ କି କିଏ ବ୍ୟବହାର କରୁଥିବାର ଦେଖାଯିବେ ତେବେ ତାହାକୁ ଜବତ କରାଯିବ । ଗୃହ ଭିତରେ ମୋବାଇଲ ବ୍ୟବହାର କଲେ ପାର୍ଯ୍ୟାନୁÂାନ ନିଆଯିବ ବୋଲି କହିଛନ୍ତି ବାଚସ୍ପତି ।

ବାଚସ୍ପତି କହିଛନ୍ତି ଯେ, ବିଧାନସଭାକୁ ମୋବାଇଲ ଆଣିବା ଉପରେ ପୂର୍ବରୁ ରୋକ୍ ଲାଗିଛି । ହେଲେ ବିଧାୟକମାନେ ଏହାକୁ ମାନୁନାହାଁନ୍ତି । ଯେଉଁ କାରଣରୁ ଗୃହ ଭିତରେ ବିଭିନ୍ନ ସମୟରେ ବାରମ୍ବାର ମୋବାଇଲ ବାଜୁଥିବାରୁ ଗୃହ କାର୍ୟ୍ୟରେ ବାଧା ଉପୁଜିଛି । ତେଣୁ ଏବେ ବିଧାନସଭାରେ ମୋବାଇଲ ବ୍ୟବହାର ଉପରେ କଟକଣା କଡାକଡି କରାଯିବ ।

Share

Leave a Reply

Your email address will not be published. Required fields are marked *

7 − three =