ଶପଥ ନେଲେ ୨ ବିଜେଡି ବିଧାୟକ

ଭୁବନେଶ୍ୱର() ବିଧାନସଭାରେ ଆଜି ଶପଥ ନେଇଛନ୍ତି ନବନିର୍ବାଚିତ ୨ ବିଜେଡି ବିଧାୟକ । ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ଓ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଶପଥ ନେଇଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଭୟ ବିଧାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ତେବେ ବାଲେଶ୍ୱରରେ ୧୩ ହଜାରରୁ ଅଧିକ ଭୋଟରେ ସ୍ୱରୂପ ଦାସ ବିଜୟୀ ହୋଇଛନ୍ତି । ଅନ୍ୟପଟେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ୩୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଉଭୟ ଆସନରେ ବିଜେପି ପ୍ରାର୍ଥୀଙ୍କୁ ହରାଇଛନ୍ତି ବିଜେଡି ପ୍ରାର୍ଥୀ ।

Share

Leave a Reply

Your email address will not be published. Required fields are marked *

three × three =