ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ

ଟୋକିଓ: ଟୋକିଓ ଅଲମ୍ପିକରେ ପ୍ରଥମ ଜିତିଛି ଭାରତ । ଭାରୋଉତ୍ତୋଳନରେ ମୀରାବାଇ ଚାନୁ ରୋପ୍ୟ ପଦକ ଜିତିଛନ୍ତି । ଯାହାକି ଭାରତ ଲାଗି ଚଳିତ ଅଲମ୍ପିକର ପ୍ରଥମ ପଦକ । ସେ ୪୯ କେଜିରେ ଜିତିଲେ ରୌପ୍ୟ ପଦକ । ଯାହାକି ଭାରତ କଲାଗି ଏକ ଗର୍ବ ଏବଂ ଗୌରବର ବିଷୟ ପାଲଟିଛି । ସଫଳତା ଲାଗି ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ।

ତେବେ ଖୁସିର ଖବର ଯେ ତୀରନ୍ଦାଜୀରେ ଦୀପିକା-ପ୍ରବୀଣଙ୍କ ଯୋଡି ବିଜୟ ହୋଇଛି । ଏହି ଯୋଡ଼ି ଏବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିସାରିଛି । ତୀରନ୍ଦାଜୀର ଅନ୍ତିମ ଆଠ ପାଇଁ ମୁକାବିଲାରେ ଦୀପିକା କୁମାରୀ ଏବଂ ପ୍ରବୀଣ ଯାଦବଙ୍କ ଟିମ୍ ଚିଆ-ଆନ୍ ଲିନ୍ ଏବଂ ଚିହ-ଚୁନ୍ ଟାଙ୍ଗ୍ (ଚାଇନିଜ୍ ତାଇପେଇ) କୁ ସାମ୍ନା କରିଥିଲେ । ଏଥିରେ ଚାଇନା ତାଇପେଇକୁ୫-୩ ରେ ପରାସ୍ତ କରିଛି ଭାରତ। ଏବେ କ୍ୱାର୍ଟର ଫାଇନାଲରେ ଦୀପିକା-ପ୍ରବୀଣଙ୍କ ଯୋଡ଼ି ଦକ୍ଷିଣ କୋରିଆକୁ ଭେଟିବ ।

Share

Leave a Reply

Your email address will not be published. Required fields are marked *

nineteen + 13 =