ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ

ଭୁବନେଶ୍ୱର () ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନେ ନିଜ ନିଜ ବିଭାଗର ରିପୋର୍ଟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିଦେ୍ର୍ଧଶ ଅନୁଯାୟୀ ଆଜି ସବୁ ମନ୍ତ୍ରୀ ସେମାନଙ୍କ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ପଞ୍ଚମ ପାଳିର ମନ୍ତ୍ରୀମଣ୍ଡଳ ଗଠନ ହେବା ପରେ ଏହା ମନ୍ତ୍ରୀମାନଙ୍କ ପ୍ରଥମ ରିପୋର୍ଟ କାର୍ଡ ।

ପଞ୍ଚମ ପାଳିରେ ସରକାରକୁ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦଳୀୟ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ପ୍ରତିଶ୍ରୁତି ଅନୁଯାୟୀ ବିଭାଗମାନେ କେତେ ଅଗ୍ରଗତି କରିଛନ୍ତି, ଇସ୍ତାହାରକୁ କେତେଦୂର କାର୍ଯ୍ୟକାରୀ କରାଯାଇଛି ସେ ସମ୍ପର୍କରେ ରିପୋର୍ଟ ଦେବାକୁ ଗତ ଜୁନ ୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଥିଲେ । ତଦନୁଯାୟୀ ମନ୍ତ୍ରୀମାନେ ଆଜି ତାଙ୍କ ରିପୋର୍ଟ କାର୍ଡ ଦେଇଛନ୍ତି । ଆସନ୍ତାକାଲି ୭ ତାରିଖ ରବିବାର ଛୁଟି ଥିବାରୁ ଆଜିଠାରୁ ମନ୍ତ୍ରୀମାନେ ସେମାନଙ୍କ ରିପୋର୍ଟ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମେ ୨୯ ତାରିଖରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ମନ୍ତ୍ରୀମଣ୍ଡଳର ବୈଠକ ବସି ନିର୍ବାଚନ ସମୟରେ ଲୋକଙ୍କୁ ଦିଆ୍ୟାଇଥିବା ପ୍ରତିଶ୍ରୁତି ତଥା ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିଥିଲେ । ସେତେବେଳେ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଆଜିଠାରୁ ଠିକ ୩୬୫ ଦିନ ପରେ ୨୦୨୦ ମେ ୨୯ ତାରିଖରେ ଆମେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଓ ଏହାର ରୂପାୟନ ସମ୍ପର୍କରେ ଜଣାଇବୁ । ତେଣୁ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଏହି ପ୍ରତିଶ୍ରୁତି ଗୁଡିକର ସଫଳ ରୂପାୟନ ପାଇଁ ନିଜର ଶ୍ରେÂ ଉଦ୍ୟମ କରନ୍ତୁ ।

ଏହିସହିତ ମୁଖ୍ୟମନ୍ତ୍ରୀ ଶାସନର ତିନୋଟି ମନ୍ତ୍ର ଟିମ ଓାର୍କ, ଟ୍ରାପ୍ସପେରେନସି ଓ ଟେକ୍ନୋଲୋଜି ସହ ପରିବର୍ତ୍ତନ ନିମନ୍ତେ ପଞ୍ଚମ ପରିମାକ ସମୟକୁ ଅନ୍ତର୍ଭୁକ୍ତ କରିଥିଲେ । ଏକ ଗତିଶୀଳ ପ୍ରଶାସନିକ ମଡେଲ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ଗରିବୀ ଦୂର କରିବା, ମହିଳାମାନଙ୍କର ବିକାଶ ଓ ଅଭିବୃଦ୍ଧିରେ ସମାନ ଭାଗିଦାରୀ, ଦୁର୍ବଳ ଶ୍ରେଣୀର ଲୋକଙ୍କ ବିକାଶ ଏବଂ ଯୁବକମାଙ୍କ ସ୍ୱପ୍ନର ସଫଳ ରୂପାୟନ ଜରିଆରେ ଏକ ସଶକ୍ତ ଓଡିଶା ଗଠନର ଲକ୍ଷ୍ୟ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

1 + 7 =