ମନ୍ତ୍ରୀ ଦେଲେ ଦ୍ୱିତୀୟ ମାସିକିଆ ରିପୋର୍ଟ

ଭୁବନେଶ୍ୱର() ଲୋକସେବା ଭବନରେ ଦ୍ୱିତୀୟ ମାସିକିଆ ରିପୋର୍ଟ କାର୍ଡ ଦେଇଛନ୍ତି ପ୍ରତି ବିଭାଗର ମନ୍ତ୍ରୀ । ପ୍ରତି ମାସର ୭ ତାରିଖରେ ମନ୍ତ୍ରୀମାନେ ନିଜ ନିଜ ବିଭାଗର କାର୍ୟ୍ୟକାରିତା ଏବଂ ଅଗ୍ରଗତି ନେଇ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ସରକାର ଗଢ଼ିବାର ଆରମ୍ଭରୁ ହିଁ ନିର୍ଦ୍ଦେଶ ଦେଇଥିଲେ । ମାସିକିଆ ଟାସ୍କ କେତେ ପୂରଣ ହୋଇଛି ତାହାର ହିସାବ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କିଏ କେତେ ପରିମାଣରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରିଛନ୍ତି ସେନେଇ ମାର୍କ ଦେବେ ନବୀନ ।

ତେବେ ରାଜ୍ୟ ପରିବହନ ମନ୍ତ୍ରୀ, ପଦ୍ମନାଭ ବେହେରା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଅନ୍ୟ ସମସ୍ତ ବିଭାଗୀୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଥିବା ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

2 × five =