ସୋନିଆଙ୍କ ସହ ବୈଠକକୁ ବାତିଲ କଲେ ମାୟାବତୀ

ନୂଆଦିଲ୍ଲୀ()  ଲୋକସଭା ନିର୍ବାଚନକୁ ନେଇ ପ୍ରକାଶ ପାଇଥିବା ଏକଜିଟ୍ ପୋଲ ଫଳାଫଳ ବିରୋଧୀଙ୍କ ହୋସ ଉଡ଼ାଇ ଦେଇଛି। ଚଳିତ ନିର୍ବାଚନରେ କୌଣସି ଦଳ ଏକକ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ହେଲେ ଏକଜିଟ୍ ପୋଲ ବିରୋଧୀଙ୍କ ସବୁ ଆକଳନକୁ ଓଲଟପାଲଟ କରି ଦେଇଛି। ଆସନ୍ତା ୨୩ ତାରିଖରେ ୨୦୧୯ ନିର୍ବାଚନର ଫଳାଫଳ ବାହାରିବାକୁ ଥିବା ବେଳେ ଏକଜିଟ୍ ପୋଲର ଆକଳନ ଦେଶରେ ବଢାଇଛି ରାଜନୀତି ।

ଆଉ ଏକଜିଟ୍ ପୋଲର ପ୍ରଭାବ ସବୁଠୁ ଅଧିକ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ତେବେ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶରେ କଂଗ୍ରେସ ଯେଉଁ କମାଲ୍ କରିଥିଲା, ଲୋକସଭାରେ ତାହା ଫିକା ପଡିଥିବା ଏକଜିଟ୍ ପୋଲ୍ ଆକଳନ କହୁଛି । କଂଗ୍ରେସ ପାଖରେ ମୋଟ୍ ୧୧୪ ବିଧାୟକ ଥିବା ବେଳେ ବହୁମତ ପାଇଁ ୧୧୬ ଅଙ୍କ ଆବଶ୍ୟକ । ଯାହାକୁ ପୁରା କରିବା ପାଇଁ କଂଗ୍ରେସ ୨ ଜଣ ବହୁଜନ ସମାଜ ପାର୍ଟି ବିଧାୟକଙ୍କ ସମର୍ଥନ ଲୋଡିଥିଲା ।

ତେବେ କଂଗ୍ରେସର ଚିନ୍ତା ଏବେ ବଢାଇଦେଇଛନ୍ତି ବସପା ସୁପ୍ରିମୋ ମାୟାବତୀ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ସାକ୍ଷାତ କରିବାକୁ ମନା କରିଦେଇଛନ୍ତି ମାୟାବତୀ । ଏଥିସହ ମାୟାବତୀ ଆଜି କୌଣସି ବିରୋଧୀ ଦଳ ସହ ଆଲୋଚନା କରିବେ ନାହିଁ ବୋଲି ବିଏସପିର ବରିଷ୍ଠ ନେତା ସତୀଶ ଚନ୍ଦ୍ର ମିଶ୍ରା କହିଛନ୍ତି। ଅନ୍ୟପକ୍ଷରେ ସୋନିଆ ସହ ବୈଠକ ବାତିଲ କରିଥିବା ମାୟାବତୀ ଆଜି ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କ ସହ ଦୀର୍ଘ ୧ ଘଣ୍ଟା କାଳ ବୈଠକ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

8 + sixteen =