ବିଧାୟକ ସମେତ ୫ ଜଣ ଯବାନ ସହିଦ

ଛତିଶଗଡ଼ ଦାନ୍ତେୱାଡାରେ ଲୋକସଭା ନିର୍ବାଚନର ଠିକ ୨ ଦିନ ପୂର୍ବରୁ ବିଜେପି ପ୍ରଚାରବେଳେ ବିଧାୟକଙ୍କ ଉପରକୁ ହମଲା ହୋଇଛି | ନକ୍ସଲମାନେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିଛନ୍ତି |

ନକ୍ସଲମାନେ ବିଜେପି ବିଧାୟକଙ୍କ ଗାଡିକୁ ଟାର୍ଗେଟ କରିଥିବା ଜଣାପଡିଛି | ଗାଡିରେ ଦାନ୍ତେୱାଡାର ବିଜେପି ବିଧାୟକ ଭିମା ମଣ୍ଡବୀ ଥିଲେ | ସେ ଏକ ଜନସଭାକୁ ସମ୍ବୋଧିତ କରି ଫେରୁଥିବାବେଳେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିଲା |

ବିସ୍ଫୋରଣରେ ବିଧାୟକ ଭିମା ମଣ୍ଡବୀଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଛନ୍ତି | ସୂଚନାଯୋଗ୍ୟ ଯେ, ୧୧ ତାରିଖରେ ବସ୍ତରରେ ଲୋକସଭା ନିର୍ବାଚନ ହେବାକୁ ଅଛି |

Share

Leave a Reply

Your email address will not be published. Required fields are marked *

two + 1 =