ମୋଦିଙ୍କ ମନ୍ତ୍ରୀ କଲେ ଇମ୍ରାନ୍ ଖାନଙ୍କ ପ୍ରଶଂସା

ମୋଦି ସରକାରଙ୍କ ମନ୍ତ୍ରୀ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠଓ୍ୱାଲେ ନିଜର ହରିୟାଣା ଗସ୍ତ ସମୟରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଭାରତୀୟ ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ମାତ୍ର ୬୦ ଘଣ୍ଟା ମଧ୍ୟରେ ଛାଡିଦେଇଥିବାରୁ ଇମ୍ରାନଙ୍କୁ ପ୍ରଶଂସା କରିବା ସହ ଦେଶରେ ଶାନ୍ତି ରକ୍ଷା କରିବା ପାଇଁ ଏପରି କାମ କରିଛନ୍ତି .ବୋଲି କହିଛନ୍ତି ଅଠଓ୍ୱାଲେ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଭାରତୀୟ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ତାନ ନିଜ ଇଚ୍ଛାରେ ଛାଡିଥିଲା ନା ବିଶ୍ୱର ଚାପରେ ପାକ୍ ଛାଡିଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ, ଅଭିନନ୍ଦନଙ୍କୁ ଛାଡିବାରେ ଇମ୍ରାନ ମଧ୍ୟ ବଡ଼ ଭୂମିକା ଗ୍ରହଣ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ସହ ପାକିସ୍ତାନର ଉତ୍ତମ ସମ୍ପର୍କ ସ୍ଥାପନ କଲେ ତାହାର ହିଁ ବିକାଶ ହୋଇପାରିବ ।

ଏହାସହ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଦାଉଦ ଇବ୍ରାହିମ, ପୁଲୱାମା ଆକ୍ରମଣରେ ହାତ ଥିବା ଆତଙ୍କବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + 20 =