ଆଫ୍ରିକାରେ ଗାନ୍ଧିଙ୍କ ଉପରକୁ ହୋଇଥିଲା ମରାଣାନ୍ତକ ଆକ୍ରମଣ

୧୮୯୬ ମସିହା ନଭେମ୍ବର ୩୦ ତାରିଖରେ ଜାତିର ପିତା ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକା ଯାଇଥିଲେ । ତାଙ୍କ ସହ ତାଙ୍କ ପତ୍ନୀ ଓ ପିଲା ମଧ୍ୟ ଯାଇଥିଲେ । କିନ୍ତୁ ଗାନ୍ଧୀ ଦକ୍ଷିଣ ଆଫ୍ରିକା ପହଂଚିବା ପୂର୍ବରୁ ତାଙ୍କ ରଚିତ ‘ଗ୍ରୀନ ପାମ୍ପଲେଟ’ ସେଠାରେ ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା ।

ଐତିହାସିକଙ୍କ ଅନୁଯାୟୀ ଯେବେ ଗାନ୍ଧୀଙ୍କ ଜାହାଜ ଡର୍ବାନ ଠାରେ ପହଞ୍ଚି ଥିଲା । ପ୍ରଥମେ ୩ ଦିନ ତାଙ୍କୁ ବନ୍ଦର ମଧ୍ୟକୁ ଆସିବାକୁ ଅନୁମତି ମିଳିନଥିଲା । ବହୁ ପରେ ଜାହାଜକୁ ବନ୍ଦରକୁ ଆସିବାକୁ ଅନୁମତି ମିଳିଥିଲା । ଗାନ୍ଧୀ ଜାହାଜରୁ ଓଲ୍ହାଉଥିବା ସମୟରେ ତାଙ୍କୁ ଗୋରା ଲୋକ ମାନେ ଚାରିପାଖେ ଘେରି ପିଟିବା ଆରମ୍ଭ କରିଦେଇଥିଲେ । ସେହି ସମୟରେ ସେଠାକାର ଜଣେ ପୋଲିସ ଅଧିକ୍ଷକଙ୍କ ପତ୍ନୀ ଆର୍ସି ଏଲେକ୍ଜାଣ୍ଡର ସେହି ବାଟ ଦେଇ ଯାଉଥିଲେ । ସେ ହିଁ ଗାନ୍ଧୀଙ୍କୁ ଏହି ଭିଡ ଭିତରୁ ବଞ୍ଚାଇଥିଲେ । ଏହି ସମୟରେ ସେ ପୋଲିସ ଅଫିସର ଥିବା ତାଙ୍କ ପତିଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ । ତାଙ୍କ ପତି ସେହି ସ୍ଥାନରେ ପହଞ୍ଚି ଗାନ୍ଧୀଙ୍କୁ ରକ୍ଷା କରିଥିଲେ । ଭିଡ଼ରୁ ବଞ୍ଚାଇ ଗାନ୍ଧୀଙ୍କୁ ତାଙ୍କ ସାଙ୍ଗ ଜୀବନ ଜି ରୁସ୍ତମଜିଙ୍କ ଘରକୁ ନିଆଯାଇଥିଲା ।

ଘଟଣାର ପରିସମାପ୍ତି ସେହି ଠାରେ ହୋଇନଥିଲା । ତାଙ୍କ ଆଶ୍ରୟ ସ୍ଥଳୀରେ ନିକଟରେ ମଧ୍ୟ ଆନ୍ଦୋଳନ କାରୀଙ୍କ ଭିଡ ଜମିଯାଇଥିଲା । ଆନ୍ଦୋଳନକାରୀ ମାନେ ଗାନ୍ଧୀଙ୍କୁ ସେମାନଙ୍କୁ ହସ୍ତାନ୍ତର କରିବା ପାଇଁ ଦାବି କରିଥିଲେ । କିନ୍ତୁ କୌଶଳ କ୍ରମେ ଗାନ୍ଧୀ ନିଜକୁ ଏକ ପୋଲିସ ଅଫିସରର ପରିଚୟ ଦେଇ ସେଠାରୁ କୌଣସି ମତେ ଖସି ଯାଇଥିଲେ ।

Share

Leave a Reply

Your email address will not be published. Required fields are marked *

9 − 7 =