ମହିଳା ପୋଲିସଙ୍କୁ ନେଇ ମହାରାଷ୍ଟ୍ର ପୋଲିସର ବଡ଼ ଘୋଷଣା

ମୁମ୍ବାଇ: ମହିଳା ପୋଲିସକୁ ନେଇ ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ସରକାରଙ୍କ ନୂତନ ଗାଇଡଲାଇନ ମୁତାବକ, ଏଣିକି ମହିଳା ପୋଲିସ କର୍ମଚାରୀଙ୍କୁ ୧୨ ଘଣ୍ଟା ବଦଳରେ ୮ ଘଣ୍ଟା ଡ୍ୟୁଟି କରିବାକୁ ହେବ । ଏନେଇ ମହାରାଷ୍ଟ୍ରର ଡିଜିପି ସଞ୍ଜୟ ପାଣ୍ଡେୟ ସୂଚନା ଦେଇ କହିଛନ୍ତି କି, ମହିଳାଙ୍କ କାମ କରିବାର ସମୟ ହ୍ରାସ କରିବାର ନିଷ୍ପତି ନେଇଛନ୍ତି ସରକାର । ଏବେ ସେମାନଙ୍କୁ ୧୨ ଘଣ୍ଟା ବଦଳରେ କେବଳ ୮ ଘଣ୍ଟା ଡ୍ୟୁଟି କରିବାକୁ ହେବ । ମହିଳାଙ୍କ ଲମ୍ବା ଡ୍ୟୁଟିରେ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ଏବେ ମହିଳା ପୋଲିସ କର୍ମୀଙ୍କ ଡ୍ୟୁଟି ସମୟ ୪ ଘଣ୍ଟା ହ୍ରାସ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 + eighteen =