ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ

ନୂଆଦିଲ୍ଲୀ()  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ମହାରାଷ୍ଟ୍ରରେ ଲାଗୁ ହୋଇଛିି ରାଷ୍ଟ୍ରପତି ଶାସନ । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ ରାଜ୍ୟପାଳ । ଆଉ ରାଜ୍ୟପାଳଙ୍କ ସୁପାରିଶକ୍ରମେ ସଙ୍ଗେ ସଙ୍ଗେ କେନ୍ଦ୍ର କ୍ୟାବିନେଟର ବୈଠକରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତି ନିଆଯାଇଥିଲା ।

ଏହାପୂର୍ବରୁ ବିଜେପି ଓ ଶିବସେନାକୁ ସରକାର ଗଢିବାକୁ ରାଜ୍ୟପାଳ ସୁଯୋଗ ଦେଇଥିଲେ । କିନ୍ତୁ ରାଜ୍ୟପାଳ ଦେଇଥିବା ଡେଡଲାଇନ ମଧ୍ୟରେ ସରକାର ଗଢିବାକୁ ଆବଶ୍ୟକୀୟ ସଦସ୍ୟଙ୍କ ସମର୍ଥନ ଜୁଟାଇ ପାରିନଥିଲେ ଉଭୟ ବିଜେପି-ଶିବସେନା । ତେଣୁ ଗତକାଲି ତୃତୀୟ ବୃହତ୍ତ ଦଳ ଭାବେ ଏନସିପିକୁ ସରକାର ଗଢିବାକୁ ୨୪ ଘଣ୍ଟାର ସମୟ ଦେଇଥିଲେ ରାଜ୍ୟପାଳ । କିନ୍ତୁ ଆଜି ୧୧.୩୦ରେ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଢିବାକୁ ଅଧିକ ୨ ଦିନ ସମୟ ମାଗିଥିଲା ଏନସିପି । ଆଉ ଏହି ଚିଠିକୁ ଆଧାର କରି ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ମାହୋଲ ନଥିବା ଦର୍ଶାଇ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ ରାଜ୍ୟପାଳ ।

Share

Leave a Reply

Your email address will not be published. Required fields are marked *

three + two =