ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ()  ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ମଧ୍ୟବର୍ତ୍ତିକାଳୀନ ମାମଲାର ପରବର୍ତ୍ତି ଶୁଣାଣି ଅଗଷ୍ଟ ୩ରେ ହେବ । ଏଥି ସହ ଅଗଷ୍ଟ ୩ ସୁଦ୍ଧା ୨ଜଣ ଆକ୍ସେସରଙ୍କୁ ନିଯୁକ୍ତି କରାଯିବ । ଏହାଛଡା ଅକ୍ଟୋବର ୧୯ରେ ମୂଳ ମାମଲାର ଶୁଣାଣି କରାଯିବ ବୋଲି ଆଜି ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ଅକ୍ଟୋବର ୧୯ ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ କରିବାକୁ ଓଡ଼ିଶା ଓ ଛତିଶଗଡକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଜଷ୍ଟିସ୍ ଏ.ଏମ୍. ଖାନବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି ହୋଇଛି । ପୂର୍ବରୁ ଆପୋସ ଆଲୋଚନା ମାଧ୍ୟମରେ ଜଳ ବିବାଦର ସମାଧାନ ପାଇଁ କହିଥିଲେ ଟ୍ରିବ୍ୟୁନାଲ । ଉଭୟ ରାଜ୍ୟର ଆଡଭୋକେଟ୍ ଜେନେରାଲ ସ୍ତରୀୟ ଓ ଜଳ ସମ୍ପଦ ସଚିବ ସ୍ତରୀୟ ବୈଠକ ଫେଲ ମାରିଥିଲା ।

Share

Leave a Reply

Your email address will not be published. Required fields are marked *

fourteen − thirteen =