ମାସ ଆରମ୍ଭରୁ ମହଙ୍ଗା ମାଡ଼,ବଢ଼ିଲା ଏଲପିଜି ଦର

ପଞ୍ଚାୟତ ନିର୍ବାଚନରେ ବିଜେଡିର ବୃହତ୍ତ ବିଜୟ । ଭାଙ୍ଗିଲା ସବୁ ରେକର୍ଡ। ମାଟି କାମୁଡ଼ିଲେ ବିରୋଧୀ । ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ୮୨୯ ଜୋନ୍ ମଧ୍ୟରୁ ୭୪୩ଟି ଜୋନରେ ବିଜେଡି ବାଜିମାତ୍ କରିଛି । ବିଜେପି ଖାତାକୁ ମାତ୍ର ୪୨ ଆସନ ଆସିଥିବାବେଳେ ୩୭ଟି ଜୋନ ହାତେଇଛି କଂଗ୍ରେସ । ସେହିପରି ୮୨୯ ଜୋନ୍ ମଧ୍ୟରୁ ଅନ୍ୟ ରାଜନୈତିକ ଦଳଙ୍କ ଖାତାକୁ ଯାଇଛି ମାତ୍ର ୭ଟି ଜୋନ୍ । ଭଦ୍ରକ, ଝାରସୁଗୁଡ଼ା, ଯାଜପୁର ଓ ଦେବଗଡ଼ରେ କ୍ଲିନ୍ ସୁଇପ୍ କରିଛି ବିଜେଡି । ମୟୂରଭଞ୍ଜରୁ ମାଲକାନିଗିରି, ବରଗଡ଼ରୁ ବାଲେଶ୍ବର, ଗଜପତିରୁ ଗଞ୍ଜାମ, ସୁନ୍ଦରଗଡ଼ରୁ ସମ୍ବଲପୁର ସବୁଠି କେବଳ ଶଙ୍ଖଧ୍ବନି । ସବୁ ଜିଲ୍ଲାରେ ଚିତପଟାଙ୍ଗ ମାରିଛି ବିଜେପି । କଂଗ୍ରେସ ମଧ୍ୟ ନିଜ ସ୍ଥିତି ବଞ୍ଚାଇବାକୁ ଭୟଙ୍କର ସଂଘର୍ଷ କରୁଛି । ୨୨ ବର୍ଷ ଶାସନରେ ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେଡି ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ୨୦୧୨ରେ ବିଜେଡିକୁ ସର୍ବାଧିକ ୬୫୧ ସିଟ୍ ମିଳିଥିଲା । ତେବେ ବିଜେଡିର ଏହି ରେକର୍ଡକୁ ଭାଙ୍ଗିଛି ବିଜେଡି । ୨୦୨୨ରେ ପଞ୍ଚାୟତ ନିର୍ବାଚନରେ ବର୍ତ୍ତମାନ ସୁଦ୍ଦା ଘୋଷଣା ହୋଇଥିବା ଫଳାଫଳ ଅନୁସାରେ ୨୦୧୨ ରେକର୍ଡକୁ ଅତିକ୍ରମ କରି ନୂଆ ରେକର୍ଡ କରିଛି ବିଜେଡି ।

Share

Leave a Reply

Your email address will not be published. Required fields are marked *

13 + 7 =