କୁଆଡେ ଗଲେ ଚିଦାମ୍ବରମ?

ନୂଆଦିଲ୍ଲୀ()  ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ କୁଆଡେ ଗଲେ ତାଙ୍କ ପତା ଏପର୍ଯ୍ୟନ୍ତ ମତଳିବାକୁ ନାହିଁ । ସିବିଆଇ ଓ ଇଡି ପକ୍ଷରୁ ଗତକାଲି ତାଙ୍କ ଘର ଆଗରେ ଲୁକଆଉଟ ନୋଟିସ ମରାଯିବା ପରେ ଚିଦାମ୍ବରମଙ୍କୁ ଆଉ ଦେଖିବାକୁ ମିଳୁନାହିଁ । ସିବିଆଇ ଓ ଇଡି ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଉଥିବା ବେଳେ ତାଙ୍କ ଜାମିନ ପାଇଁ ସୁପି୍ରମକୋର୍ଟରେ ଚିଦାମ୍ବରମଙ୍କ ଓକିଲ ଆବେଦନ କରିଥିଲେ ମଧ୍ୟ ତାହା ବିଳମ୍ବିତ ହୋଇଛି । ଚିଦାମ୍ବରକଙ୍କୁ ତକ୍ରାଳ ଜାମିନ ନମିଳିବା ଫଳରେ ତାଙ୍କର ଗିରଫ ହେବା ପ୍ରାୟ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଛି ।
ସୂଚନାଅନୁଯାୟୀ ପି ଚିଦାମ୍ୱରମ ତାଙ୍କ କାରରେ ଯାଉଥିବା ବେଳେ ରାସ୍ତା ମଝିରେ ଡ୍ରାଇଭର ଏବଂ ସହାୟକଙ୍କୁ ଓହ୍ଲାଇ ଦେଇ କୁଆଡେ ପଳାଇଛନ୍ତି। ଏହାପରେ ସେ ବ୍ୟବହାର କରୁଥିବା ତାଙ୍କ ମୋବାଇଲ ମଧ୍ୟ ସେ ବନ୍ଦ କରିଦେଇଥିବା ସୂଚନା ରହିଛି। ଯାହାକି ଏଯାବତ ବନ୍ଦ ରହିଛି।
ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ଉଭୟ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି।
Share

Leave a Reply

Your email address will not be published. Required fields are marked *

four × 2 =