ବିଜେପିରୁ ଇସ୍ତଫା ଦେବେ ପୁତୁଲ କୁମାରୀ

ବିହାରର ବରିଷ୍ଠ ଭାଜପା ନେତା ତଥା ଦଳର ପ୍ରଦେଶ ଉପାଧ୍ୟକ୍ଷ ପୁତୁଲ କୁମାରୀ ଟିକେଟ୍ ନ ପାଇବା ପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ସେ ଲୋକସଭା ନିର୍ବାଚନରେ ସ୍ୱାଧାନ ପ୍ରାର୍ଥୀ ଭାବେ ନିର୍ବାଚିନ ଲଢିବେ ବୋଲି ଘୋଷଣା କରିଛନ୍ତି। ପୁତୁଲ କୁମାରୀ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବେ ବୋଲି ଜଣାଯାଇଛି।

ପୁତୁଲ କୁମାରୀ ହେଉଛନ୍ତି ବିହାରର ବାଙ୍କା ଆସନରୁ ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିବା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟ ସିଂହଙ୍କ ପତ୍ନୀ। ୨୦୧୦ରେ ଦିଗବିଜୟ ସିଂହଙ୍କ ପରଲୋକ ପରେ ତାଙ୍କ ପତ୍ନୀ ରାଜନୀତିରେ ପ୍ରବେଶ କରିଥିଲେ।
୨୦୧୦ରେ ଅନୁଷ୍ଠିତ ଉପନିର୍ବାଚନରେ ପୁତୁଲ କୁମାରୀ ବାଙ୍କା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୪ରେ ରାଷ୍ଟ୍ରୀୟ ଜନତା ଦଳର ଜୟ ପ୍ରକାଶ ଯାଦବଙ୍କ ଠାରୁ ପରାଜିତ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

2 × 4 =