ଜାଣନ୍ତୁ କାହିଁକି ଅସନ୍ତୋଷ ଜାହିର କଲେ ଶୁଟର ସିଦ୍ଧୁ

ନୂଆଦିଲ୍ଲୀ (): ଏସିଆନ ଗେମ୍ସ ମିକ୍ସଡ୍ ଟିମ୍ ଏୟାର ପିସ୍ତଲ ଇଭେଣ୍ଟରୁ ଅଣଦେଖା କରାଯାଇଥିବାନେଇ ବିଶ୍ବର ପ୍ରାକ୍ତନ ଏକ ନମ୍ବର ମହିଳା ଶୁଟର ହୀନା ସିଦ୍ଧୁ ଶନିବାର ଏନ୍ଆର୍ଏଆଇ ସଭାପତି ରନିନ୍ଦର ସିଂଙ୍କୁ ଭେଟି ନିଜ ଅସନ୍ତୋଷ ଜାହରି କରିଛନ୍ତି । ଏସିଆନ ଗେମ୍ସ ଲାଗି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍ ଇଣ୍ଡିଆ (ଏନ୍ଆର୍ଏଆଇ) ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଥିଲା । ସିଲେକ୍ସନ କମିଟି “ସେମାନଙ୍କ ପସନ୍ଦର ପକ୍ଷ ନେବା’ ପାଇଁ ନୀତି ନିୟମର ଉଲ୍ଲଘଂନ କରିଛନ୍ତି ବୋଲି ୨୮ ବର୍ଷୀୟା ସିଦ୍ଧୁ ଅଭିଯୋଗ କରିଛନ୍ତି । ସିଦ୍ଧୁଙ୍କ କହିବା ଅନୁଯାୟୀ, ଏନ୍ଆର୍ଏଆଇ ସିଲେକ୍ସନ କମିଟି ଚୟନ ପାଇଁ ଆବଶ୍ୟକ ମାନଦଣ୍ଡ ପୂରଣ କରୁ ନ ଥିବା ସତ୍ତ୍ବେ ଯୁବ ଶୁଟର ମନୁ ଭାକରଙ୍କୁ ଏସିଆନ ଗେମ୍ସ ଓ ବିଶ୍ବ ଚମ୍ପିୟନଶିପ୍ ଦଳରେ ସାମିଲ କରି ସେମାନଙ୍କର ନୀତି ବଦଳାଇ ଦେଇଛନ୍ତି  । ଭାକରଙ୍କୁ ସାମିଲ କରାଯିବା ଫଳରେ ସିଦ୍ଧୁ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୨ୟ ସ୍ଥାନକୁ ଏବଂ ୨୫ ମିଟର ସ୍ପୋଟର୍ସ ପିସ୍ତଲରେ ୩ୟ ସ୍ଥାନକୁ ଖସି ଯାଇଛନ୍ତି । ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପ୍ରଥମ ସ୍ଥାନରେ ଏବଂ ୨୫ ମିଟର ପିସ୍ତଲ ଇଭେଣ୍ଟରେ ୨ୟ ସ୍ଥାନରେ ରହିଥିଲେ । ନୂତନ ର଼୍ୟାଙ୍କିଙ୍ଗ ଯୋଗୁ ହୀନା ୧୦ ମିଟର ମିକ୍ସଡ୍ ଇଭେଣ୍ଟରେ ଅଂଶଗ୍ରହଣ କରିବାରୁ ବଞ୍ଚତ୍ତ ହୋଇଛନ୍ତି । ସିଦ୍ଧୁ କେବଳ ଏୟାର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ଅଂଶଗ୍ରହଣ କରିବେ।

Share

Leave a Reply

Your email address will not be published. Required fields are marked *

four × 1 =