କଂଗ୍ରେସରେ ଯୋଗଦେଲେ ବିଜେପିରୁ ନିଲମ୍ବିତ ସାଂସଦ, ଜାଣନ୍ତୁ

ଲୋକସଭା ସଦସ୍ୟ ତଥା ପୂର୍ବତନ କ୍ରିକେଟର କୀର୍ତ୍ତି ଆଜାଦ୍ ଆଜି ବିଧିବଦ୍ଧଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଆଜି ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥତିରେ କଂଗ୍ରେସରେ ଯୋଗ ଦେଇଛନ୍ତି । ଏସଂପର୍କରେ କୀର୍ତ୍ତି ଆଜାଦ୍ ଟ୍ୱିଟରରେ ସୂଚନା ଦେଇଛନ୍ତି ଲେଖିଛନ୍ତି, ‘ଆଜି ମୁଁ ରାହୁଲ ଗାନ୍ଧୀଙ୍କ ଉପସ୍ଥତିରେ କଂଗ୍ରେସରେ ଯୋଗ ଦେଲି ।
ସୂଚନାଯୋଗ୍ୟ କୀର୍ତ୍ତି ଆଜାଦ୍ ୧୯୮୩ରେ ବିଶ୍ୱକପ୍ କ୍ରିକେଟ୍ ବିଜେତା ଦଳରେ ଥିଲେ । ସେ ୨୦୧୮ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଟିକେଟ୍ରେ ବିହାରର ଦରଭଙ୍ଗା ଲୋକସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ । ତେବେ ୨୦୧୫ ଡିସେମ୍ବର ୨୩ ତାରିଖରେ କୀର୍ତ୍ତି ଆଜାଦ୍ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆଣି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଟାର୍ଗେଟ୍ କରି ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

nine + 6 =